ବିମାନ ପରେ ଏବେ ଅନେକ ହୋଟେଲକୁ ଆସିଲା ବୋମା ଧମକ
ବିମାନ ପରେ ଏବେ ହୋଟେଲକୁ ବୋମା ଧମକ । ଗୁଜରାଟର ରାଜକୋଟରେ କିଛି ଫାଇଭ୍ ଷ୍ଟାର ହୋଟେଲ ସମେତ ମୋଟ୍ ୧୦ଟି ହୋଟେଲକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଇମେଲ୍ ଯୋଗେ ଏହି ଧମକ ମିଳିଛି । ଇମ୍ପେରିଆଲ ପ୍ୟାଲେସ୍, ସାୟାଜି ହୋଟେଲ୍, ସିଜନ୍ସ ହୋଟେଲ ଏବଂ ଗ୍ରାଣ୍ଡ୍ ରିଜେନ୍ସି ହୋଟେଲକୁ ଟାର୍ଗେଟ୍ କରାଯାଇଛି ।
ରାଜକୋଟ ପୁଲିସ ଏହି ଘଟଣାରେ ତଦନ୍ତ କରୁଛି । ମେଲେ ପଠାଇଥିବା ବ୍ୟକ୍ତି ଲେଖିଛନ୍ତି , ଆପଣଙ୍କ ହୋଟେଲ ପରିସରରେ କଳାବ୍ୟାଗ୍ରେ ବୋମା ଲୁଚା ଯାଇଛି। ମୋତେ ୫୫ ହଜାର ଡଲାର (ପାଖାପାଖି ୪୫.୬ ଲକ୍ଷ ଟଙ୍କା) ଆବଶ୍ୟକ , ନୁହେଁ ତ ବୋମାରେ ଉଡାଇ ଦେବି ଏବଂ ପ୍ରତି ସ୍ଥାନରେ ଖାଲି ରକ୍ତ ହିଁ ରକ୍ତ। ଏହାସହ ଯଦି କିଏ ବୋମାକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କରେ ତ ବୋମାରେ ଉଡ଼ାଇ ଦେବି ।

ଏପଟେ ବେଙ୍ଗାଲୁରୁରୁ ଅଯୋଧ୍ୟାର ମହର୍ଷି ବାଲ୍ମୀକି ଏୟାରପୋର୍ଟ ଆସୁଥିବା ଆକାସା ଏୟାରଲାଇନ୍ସର ଫ୍ଲାଇଟ୍ ସଂଖ୍ୟା ୧୮୨୧ରେ ବୋମା ଥିବାର ସୂଚନା ମିଳିବାରେ ସୁରକ୍ଷା ଏଜେନ୍ସି ରେ ଆତଙ୍କ ଖେଳି ଯାଇଛି। ଏହି ସୂଚନା ମିଳିବା ପରେ ଏୟାରପୋର୍ଟରେ ଆକସ୍ମିକ ବୈଠକ ଆରମ୍ଭ କରାଯାଇଛି ଏବଂ ଫ୍ଲାଇଟ୍ରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଗଭୀର ଯାଞ୍ଚରେ ଲାଗ ପଡ଼ିଛନ୍ତି। ଅଧିକାରୀମାନେ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସବୁ ଆବଶ୍ୟକୀୟ ପଦକ୍ଷେପ ଉଠାଇବା ଆରମ୍ଭ କରି ଦେଇଛନ୍ତି।












Click it and Unblock the Notifications