ଲକ୍ଷ୍ନୌରେ ଘୁଷୁରୀ ମାଂସ ବିକ୍ରି ଉପରେ ଲାଗିଲା ରୋକ୍
ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ବ୍ୟାପିବା ପରେ ଲକ୍ଷ୍ନୌରେ ଘୁଷୁରୀ ମାଂସ ଏବଂ ଆନୁଷଙ୍ଗିକ ଉତ୍ପାଦବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଲକ୍ଷ୍ନୌ: ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକୀୟ ସ୍ୱାଇନ୍ ଫିବର ବ୍ୟାପିବା ପରେ ଲକ୍ଷ୍ନୌରେ ଘୁଷୁରୀ ମାଂସ ଏବଂ ଆନୁଷଙ୍ଗିକ ଉତ୍ପାଦବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ହେତୁ 100 ରୁ ଅଧିକ ଘୁଷୁରୀ ମୃତ୍ୟୁ ନିଶ୍ଚିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆନିମଲ୍ ଡିଜିଜ ଭୂତାଣୁ ଜନିତ ମୃତ୍ୟୁ ଘଟଣା ସ୍ପଷ୍ଟ କରିବା ପରେ ଲକ୍ଷ୍ନୌ ଜିଲ୍ଲାପାଳ ସୂର୍ଯ୍ୟପାଲ ଗଙ୍ଗୱାର ଏହି କଟକଣା ଜାରି କରିଛନ୍ତି ।

ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଅଞ୍ଚଳରେ ସଫେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାଇନ ଫିବର ପ୍ରବଣ ଅଞ୍ଚଳରେ ଘୁଷୁରୀମାନଙ୍କ ଚଲାବୁଲା ଏବଂ ଘୁଷୁରୀ ମାଂସ ବିକ୍ରି ହେଉଥିବା ସହରର ବିଭିନ୍ନ ବଜାରରେ ରୋକ୍ ଲଗାଇଯାଇଛି । ସେହିପରି ସଚେତନତା ଅଭିଯାନ ଜରିଆରେ ଆଫ୍ରିକୀୟ ସ୍ବାଇନ ଫ୍ଲୁ ଭୂତାଣୁ ସମ୍ପର୍କରେ ଘୁଷୁରୀ ଚାଷୀଙ୍କୁ ସଚେତନ କରିବାକୁ ଏଲଏମସିକୁ ନିର୍ଦ୍ଦେଶ ମିଳିଛି । ଏଥିସହ ଚାଷୀଙ୍କୁ ଖୋଲାରେ ଘୁଷୁରୀ ନ ଛାଡିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନା ଅନୁସାରେ, ସ୍ବାଇନ ଫିବର ଯୋଗୁଁ ଉତ୍ତର ପ୍ରଦେଶ ଫୈଜୁଲ୍ଲାଗଞ୍ଜରେ ପ୍ରାୟ ଶତାଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଘୁଷୁରୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ହଠାତ୍ ଏପରି ମଡକ ଦେଖିବାକୁ ମିଳିବା ସାଧାରଣରେ ଭୟ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଭୟରେ ଲୋକେ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଆରମ୍ଭ କରିଥିବା ମଧ୍ୟ ସୂଚନା ମିଳିଛି । ଏଭଳି ସ୍ବାଇନ ଫ୍ଲୁ ବୃଦ୍ଧି ହେଉଥିବା ଦେଖି ପ୍ରଶାସନ ଏନେଇ ଆକ୍ସନ ମୋଡକୁ ଆସିଛନ୍ତି । ଆଫ୍ରିକୀୟ ସ୍ବାଇନ ଫ୍ଲୁ ଏକ ଅତ୍ୟଧିକ ସଂକ୍ରାମକ ପ୍ରାଣୀ ରୋଗ । ଏହା ଗୃହପାଳିତ ଓ ଏବଂ ବଣୁଆ ଘୁଷୁରୀଙ୍କୁ ଅତି ସହଜରେ ସଂକ୍ରମିତ କରିଥାଏ। ଏହାପରେ ଦୃତ ଗତିରେ ବ୍ୟାପିଥାଏ ।












Click it and Unblock the Notifications