କେଜ୍ରିୱାଲଙ୍କ ବିରୋଧରେ NIA ତଦନ୍ତ ପାଇଁ ସୁପାରିଶ , ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ମଦ ଦୁର୍ନୀତି ଅଭିଯୋଗେର ସେ ପୂବର୍ରୁ ତିହାର ଜେଲ୍ରେ ରହିଛନ୍ତି । ବତ୍ତର୍ମାନ ତାଙ୍କ ବିରାଧେର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ଠାରୁ ରାଜେନୌତିକ ଦାନ ନେଇଥିବା ଅଭିଯୋଗ ହୋଇଛି । କେଜ୍ରିୱାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ସୁପାରିଶ କରିଛନ୍ତି ।
ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖ୍ ସେ ଏହି ତଦନ୍ତ ପାଇଁ ଦାବି କରିଛନ୍ତି । ଗୃହ ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ ସେ କହିଛନ୍ତି ଯେ ଏହି ଅଭିଯୋଗ ସିଏମଙ୍କ ବିରୋଧରେ ଭାରତରେ ନିଷିଦ୍ଧ ହୋଇଥିବା ଆତଙ୍କବାଦୀ ସଂଗଠନ ଠାରୁ ଏକ ରାଜନୈତିକ ଦଳକୁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯିବା ନେଇ ଅଭିଯୋଗ ଆସିଛି । ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ବୈଦ୍ୟୁତିକ ଉପକରଣର ଫୋରେନସିକ୍ ଯାଞ୍ଚ କରାଯିବା ଜରୁରୀ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଦେବେନ୍ଦ୍ର ପାଲ ଭୁଲାରଙ୍କ ମୁକ୍ତି ପାଇଁ ଓ ଖଲିସ୍ତାନୀ ସମର୍ଥକଙ୍କ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଶିଖ୍ ଫର ଜଷ୍ଟିସଙ୍କ ଠାରୁ ୧୬ ମିଲିୟନ୍ ଆମେରିକୀୟ ଡଲାର ଗ୍ରହଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଉପରାଜ୍ୟପାଳଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଖାଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ ଭୁଲ୍ଲରଙ୍କ ମୁକ୍ତି ତଥା ଖାଲିସ୍ତାନୀ ଭାବନାକୁ ପ୍ରୋତ୍ସାହିତ କରିବା ବଦଳରେ ଏହି ଦାନ ପ୍ରଦାନ କରାଯାଇଛି ।












Click it and Unblock the Notifications