ଉପେନ୍ଦ୍ର ଦ୍ବିବେଦୀ ହେବେ ପରବର୍ତ୍ତୀ ସେନାମୁଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ । ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ୱିବେଦୀଙ୍କୁ ସରକାର ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଜନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେବେ ଉପେନ୍ଦ୍ର । ମନୋଜଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ରେ ଶେଷ ହେଉଛି ।

ଚଳିତବର୍ଷ ଫେବୃଆରୀ ୧୯ରେ ଉପେନ୍ଦ୍ର ସ୍ଥଳସେନା ଉପମୁଖ୍ୟ ଦାୟିତ୍ୱ ନେଇଥିଲେ । ସେନାରେ ସାହସିକ ଏବଂ ଉତ୍କୃଷ୍ଟ କାର୍ଯ୍ୟ ଲାଗି ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପରମ ବିଶିଷ୍ଟ ସେବା ମେଡାଲ ଓ ଅତି ବିଶିଷ୍ଟ ସେବା ମେଡାଲ ପାଇଛନ୍ତି । ଚଳିତବର୍ଷ ଫେବ୍ରୁଆରି ୧୯ରେ ସେ ସ୍ଥଳସେନା ଉପମୁଖ୍ୟ ଦାୟିତ୍ୱ ନେଇଥିଲେ ଦ୍ୱିବେଦୀ ।

Lt General Upendra Dwivedi

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ରେୱାସ୍ଥିତ ସୈନିକ ସ୍କୁଲର ଆଲୁମନି ହେଉଛନ୍ତି ଦ୍ୱିବେଦୀ । ୧୯୮୪ରେ ସେ ୧୮ ଜମ୍ମୁ-କଶ୍ମୀର ରାଇଫଲସରେ ଯୋଗଦେଇଥିଲେ । ସେନାରେ ଦୀର୍ଘ ୩୯ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କର ୪୦ ବର୍ଷର ଚାକିରି କାଳରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । କମାଣ୍ଡ ଅଫ୍ ରେଜିମେଣ୍ଟ (୧୮ ଜମ୍ମୁ-କଶ୍ମୀର ରାଇଫଲ୍ସ), ବ୍ରିଗେଡ୍ (୨୬ ସେକ୍ଟର ଆସାମ ରାଇଫଲ୍ସ), ଆସାମ ରାଇଫଲ୍ସ (ପୂର୍ବ) ଡିଆଇଜି ମଧ୍ୟ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+