ଆସନ୍ତାକାଲି ନୂଆ ସେନାମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ
ନୂଆଦିଲ୍ଲୀ: ଆସନ୍ତାକାଲି ନୂଆ ସେନାମୁଖ୍ୟ ଭାବେ ଦାୟିତ୍ୱ ନେବେ ଉପେନ୍ଦ୍ର ଦ୍ୱିବେଦୀ । ବର୍ତ୍ତମାନ ଉପସେନାଧ୍ୟକ୍ଷ ଭାବେ କାର୍ଯ୍ୟରତ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତର ନୂଆ ସେନାମୁଖ୍ୟ ହେବେ । ଜୁନ୍ ୩୦ ଅପରାହ୍ନରୁ ସେ ପରବର୍ତ୍ତୀ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ମନୋଜ ସି ପାଣ୍ଡେ ଜୁନ୍ ୩୦ରେ ପଦ ରୁ ଇସ୍ତଫା ଦେଉଛନ୍ତି ।
ଚଳିତବର୍ଷ ଫେବୃଆରୀ ୧୯ରେ ଉପେନ୍ଦ୍ର ସ୍ଥଳସେନା ଉପମୁଖ୍ୟ ଦାୟିତ୍ୱ ନେଇଥିଲେ । ସେନାରେ ସାହସିକ ଏବଂ ଉତ୍କୃଷ୍ଟ କାର୍ଯ୍ୟ ଲାଗି ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପରମ ବିଶିଷ୍ଟ ସେବା ମେଡାଲ ଓ ଅତି ବିଶିଷ୍ଟ ସେବା ମେଡାଲ ପାଇଛନ୍ତି । ଚଳିତବର୍ଷ ଫେବ୍ରୁଆରି ୧୯ରେ ସେ ସ୍ଥଳସେନା ଉପମୁଖ୍ୟ ଦାୟିତ୍ୱ ନେଇଥିଲେ ଦ୍ୱିବେଦୀ ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ରେୱାସ୍ଥିତ ସୈନିକ ସ୍କୁଲର ଆଲୁମନି ହେଉଛନ୍ତି ଦ୍ୱିବେଦୀ । ୧୯୮୪ରେ ସେ ୧୮ ଜମ୍ମୁ-କଶ୍ମୀର ରାଇଫଲସରେ ଯୋଗଦେଇଥିଲେ । ସେନାରେ ଦୀର୍ଘ ୩୯ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ତାଙ୍କର ୪୦ ବର୍ଷର ଚାକିରି କାଳରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି । କମାଣ୍ଡ ଅଫ୍ ରେଜିମେଣ୍ଟ (୧୮ ଜମ୍ମୁ-କଶ୍ମୀର ରାଇଫଲ୍ସ), ବ୍ରିଗେଡ୍ (୨୬ ସେକ୍ଟର ଆସାମ ରାଇଫଲ୍ସ), ଆସାମ ରାଇଫଲ୍ସ (ପୂର୍ବ) ଡିଆଇଜି ମଧ୍ୟ ଥିଲେ ।












Click it and Unblock the Notifications