Get Updates
Get notified of breaking news, exclusive insights, and must-see stories!

'ସଂସଦ ଓ ବିଧାନସଭାରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୁଏ'

ସଂସଦ ଓ ବିଧାନସଭାଗୁଡ଼ିକରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୁଏ ବୋଲି ଲୋକସଭା ବାଚସ୍ପତିଓମ୍‍ ବିର୍ଲା କହିଛନ୍ତି । ବେଙ୍ଗାଲୁରୁରେ ଆଜି ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଏକାଦଶ ଭାରତ କ୍ଷେତ୍ର ସମ୍ମିଳନୀର ଶେଷ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ବିର୍ଲା ଏହା କହିଛନ୍ତି । ସେ କହିଛନ୍ତି, ସାମାଜିକ ଏବଂ ଜାତୀୟ ହିତପାଇଁ ସଂସଦ ତଥା ବିଧାନସଭାରେ ମତ ବିନିମୟ ହେବା ସହ ନିଷ୍ପତ୍ତି ଗ୍ରହଣ କରାଯାଏ ।

om birla

ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରକ୍ରିୟାଗୁଡ଼ିକ ଉପରେ ମତ ବିନିମୟ କରିବାପାଇଁ ଏହି ଦୁଇଦିନିଆ ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ବିର୍ଲା କହିଛନ୍ତି । ବିଧାନସଭା ଏବଂ ସଂସଦରେ ସ୍ୱଚ୍ଛତା ବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ବିର୍ଲା କହିଛନ୍ତି, ଏଥିପାଇଁ ସଦସ୍ୟଙ୍କୁ ଉତ୍ତରଦାୟୀ କରାଯିବା ଉଚିତ । ଗୃହରେ ଗ୍ରହଣ କରାଯାଉଥିବା ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ଲୋକଙ୍କ ପାଖରେ ସୂଚନା ପହଞ୍ଚବା ଆବଶ୍ୟକ ବୋଲି ଶ୍ରୀ ବିର୍ଲା ଗୁରୁତ୍ୱ ପ୍ରଦାନ କରିଛନ୍ତି । ଗୃହର ସଦସ୍ୟ ନିଜ ବିତର୍କର ମାନକୁ ଉନ୍ନତ କରିବାପାଇଁ ସଂସଦର ପାଠାଗାର, ଗବେଷଣା ଏବଂ ସନ୍ଦର୍ଭ ୟୁନିଟ୍‍ଗୁଡ଼ିକୁ ଉନ୍ନତ କରାଯିବା ଉପରେ ଶ୍ରୀ ବିର୍ଲା ଗୁରୁତ୍ୱ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+