For Quick Alerts
Turn On Notification  
For Daily Alerts
Oneindia App Download

ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜାଣନ୍ତୁ କେଉଁଠି କେତେ ଦାମ୍

ଗ୍ରାହକଙ୍କୁ ମିଳିଲା ଆଶ୍ବସ୍ତି । ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ ।

|

ମୁମ୍ବାଇ: ପାର୍ବଣରେ ଗ୍ରାହକଙ୍କୁ ପୂଜା ଭେଟି । ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦର । ଉପଭୋକ୍ତାଙ୍କୁ ମିଳିଲା ଆଶ୍ବସ୍ତି । ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ଠାରୁ ବ୍ୟବସାୟିକ ସିଲିଣ୍ଡର ପର୍ଯ୍ୟନ୍ତ ନୂଆ ଦର ଲାଗୁ କରିଛନ୍ତି । ନୂଆ ଦାମ୍ ଅନୁଯାୟୀ, ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର 25.50 ଟଙ୍କା, ମୁମ୍ବାଇରେ 35.50 ଟଙ୍କା ଏବଂ କୋଲକାତାରେ 36.50 ଟଙ୍କା ଶସ୍ତା ହୋଇଛି । ବାସ୍ତବରେ ଏହି ପରିବର୍ତ୍ତନ 19 କିଲୋ କମର୍ସିଆଲ୍ ସିଲିଣ୍ଡର ଉପରେ ଘଟିଛି । ବ୍ୟବସାୟ କ୍ଷେତ୍ରରେ ବ୍ୟବହୃତ ସିଲିଣ୍ଡର ଉପଭୋକ୍ତା ମାନେ ଏହାର ଲାଭ ଉଠାଇ ପାରିବେ । ଏଥିରେ ଲାଭ ପାଇବେ ସାଧାରଣ ଗ୍ରାହକ । କାରଣ ହୋଟେଲ ଏବଂ ରେସ୍ତୋରାଁରେ ବ୍ୟବହୃତ ଗ୍ୟାସର ଦାମ ବଢିବା ପରେ ଖାଦ୍ୟର ଦାମରେ ମଧ୍ୟ ପରିବର୍ତ୍ତନ ଦେଖାଯାଇ ଥାଏ । ତେଣୁ ଦର କମିବା ପରେ ଖାଦ୍ୟ ମଧ୍ୟ କମ ଦାମରେ ଉପଲବ୍ଧ ହେବ । ଏହାଦ୍ବାରା ଗ୍ରାହକ ମଧ୍ୟ ଲାଭ ପାଇବେ ।

lpg

ଏହି ଦର ଦିଲ୍ଲୀରୁ ପାଟନା, ଜୟପୁରରୁ ଦିସପୁର, ଲଦାଖରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ସେପ୍ଟେମ୍ବରରେ ମଧ୍ୟ 100 ଟଙ୍କା କମିଥିଲା ଦର । ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, 19 କିଲୋ ଗ୍ୟାସ୍ ବିଶିଷ୍ଟ ଏକ ଇଣ୍ଡେନ୍ ଏଲପିଜି ସିଲିଣ୍ଡର ଆଜି ଅକ୍ଟୋବରରୁ ଦିଲ୍ଲୀରେ 1895.50 ଟଙ୍କା, କୋଲକାତାରେ 1059 ଟଙ୍କା, ମୁମ୍ବାଇରେ 1811.50 ଟଙ୍କା ଏବଂ ଚେନ୍ନାଇରେ 2009.50 ଟଙ୍କା ଉପଲବ୍ଧ ହେବ । ବର୍ତ୍ତମାନ, 14.2 କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର କେବଳ 6 ଜୁଲାଇ ହାରରେ ଉପଲବ୍ଧ । ଜୁଲାଇ 6 ତାରିଖରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି କରାଯାଇଥିଲା ।

ଏଥିସହିତ ବିମାନରେ ବ୍ୟବହୃତ ଇନ୍ଧନ ବା ଏଭିଏସନ ଟର୍ବାଇନ ଫୁଏଲ (ATF) ଦର ମଧ୍ୟ କମିଛି । ଆଜି ଏଟଟିଏଫ ମୂଲ୍ୟରେ 4.5. ପ୍ରତିଶତ ହ୍ରାସ ଘଟିଛି । ଦିଲ୍ଲୀରେ ଏଟିଏଫ ମୂଲ୍ୟ କିଲୋଲିଟର ପିଛା 5,521.17 ଟଙ୍କା ବା 2.2 ପ୍ରତିଶତ ହ୍ରାସ ପାଇ 115,520.27 ଟଙ୍କାରେ ପହଞ୍ଚି ଯାଇଛି । ଜୁନ 16 ପରଠାରୁ ବିମାନ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନଥିଲା । ଗତ ଛଅ ମାସ ଭିତରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦରରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିବା ଦେଖାଯାଇଛି । ମଝିରେ ତୈଳ ଦରରେ ହୋଇଥିଲା ବୃଦ୍ଧି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In good news, the Oil marketing companies have slashed the prices of 19-kg commercial LPG cylinders across metros, effective today, October 1.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X