ଏତିକି ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ଆଜିଠୁ ବଦଳିଲା ନିୟମ। ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ଆଜିଠୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍ । ନୂଆ ମାସରୁ ନୂଆ ଦର । ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି ଏବଂ ଏହା ଅଧୀନରେ ଭାରତୀୟ ତୈଳ ନିଗମ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛି । ତେବେ ୧୯ କିଲୋ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଥିବା ବେଳେ ୧୪.୨କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । କମର୍ସିଆଲ ସିଲିଣ୍ଡରର ବର୍ଦ୍ଦିତ ମୂଲ୍ୟ ଆଜିଠାରୁ ଦେଶରେ ଲାଗୁ ହୋଇଛି । ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ତୈଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟ୍ ଅନୁଯାୟୀ ବାଣିଜ୍ୟିକ ସିଲିଣ୍ଡରର ଦରରେ ୧୬.୫୦ଟଙ୍କା ବୃଦ୍ଧି ପାଇଛି। ଏହା କ୍ରମାଗତ ପଞ୍ଚମ ମାସ ଯେତେବେଳେ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ସର୍ବଶେଷ ମୂଲ୍ୟ ଅନୁଯାୟୀ, ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ଦର ୧୮୧୮.୫୦ ଟଙ୍କା ହୋଇଛି। ଗତ ମାସରେ ଅର୍ଥାତ୍ ନଭେମ୍ବରରେ ଏହାର ଦାମ ୧୮୦୨ଟଙ୍କା ବାଣିଜ୍ୟିକ ସିଲିଣ୍ଡରର ଓଜନ ୧୯ କିଲୋଗ୍ରାମ । ଏହା ରେଷ୍ଟୁରାଣ୍ଟ ଇତ୍ୟାଦିରେ ବ୍ୟବହୃତ ହୁଏ। ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି ଯୋଗୁ ରେଷ୍ଟୁରାଣ୍ଟଗୁଡିକ ଖାଦ୍ୟର ଦାମ୍ ବୃଦ୍ଧି ହେବାର ଆଶଙ୍କା ରହିଛି।

କୋଲକାତାରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨୭ ଟଙ୍କା ହୋଇଛି। ନଭେମ୍ବରରେ ଏହାର ଦାମ ୧୯୧୧.୫୦ ଟଙ୍କା ଥିଲା ।ମୁମ୍ବାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୭୫୪.୫୦ ରୁ ୧୭୭୧ ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୮୦.୫୦ ଟଙ୍କା ହୋଇଛି। ପହିଲାଠାରୁ ପାଟନାରେ ୨୦୨୭.୫୦ ଟଙ୍କାରେ ବାଣିଜ୍ୟିକ ସିଲିଣ୍ଡର ଉପଲବ୍ଧ ହେବ।
ଏଥର ମଧ୍ୟ ଘରୋଇ ଏଲପିଜି ସିଲିଣ୍ଡରର ଦରରେ କୌଣସି ହ୍ରାସ କିମ୍ବା ବୃଦ୍ଧି ହୋଇନାହିଁ। ଏହା ପୁରୁଣା ଦରରେ ସ୍ଥିର ରହିଛି । ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ଦର ୮୦୩ ଟଙ୍କା ରହିଛି। ଯେତେବେଳେ କି, ପାଟନାରେ ଏହାର ଦର ୮୯୨.୫୦ ଟଙ୍କା ଅଛି। ସେହିପରି କୋଲକାତାରେ ଏହାର ଦାମ ୮୨୯ ଟଙ୍କା ଏବଂ ମୁମ୍ବାଇରେ ଏହାର ଦାମ ୮୦୨.୫୦ ଟଙ୍କା ରହିଛି। ସେହିଭଳି ଚେନ୍ନାଇରେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡରର ଦର ୮୧୮.୫୦ ଟଙ୍କା ରହିଛି।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications