ଘରୋଇ LPG ସିଲିଣ୍ତର ଦର ୫୦ ଟଙ୍କା ବଢିଲା, ଚିନ୍ତାରେ ଖାଉଟି

ପୁଣି ଦେଶରେ ବଢିଲା ଏଲପିଜି ସିଲିଣ୍ତର ଦାମ୍ । ବଢିଲା ଖାଉଟିଙ୍କ ଚିନ୍ତା । ଘରୋଇ LPG ସିଲିଣ୍ଡର ମୂଲ୍ୟ ଆଜିଠାରୁ ମହଙ୍ଗା ହୋଇଛି । ଘରୋଇ LPG ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଛି ।

LPG News

ନୂଆଦିଲ୍ଲୀ: ପୁଣି ଦେଶରେ ବଢିଲା ଏଲପିଜି ସିଲିଣ୍ତର ଦାମ୍ । ବଢିଲା ଖାଉଟିଙ୍କ ଚିନ୍ତା । ଘରୋଇ LPG ସିଲିଣ୍ଡର ମୂଲ୍ୟ ଆଜିଠାରୁ ମହଙ୍ଗା ହୋଇଛି । ଘରୋଇ LPG ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଛି । ଆଜିଠାରୁ ସିଲିଣ୍ଡର ପିଛା ୧୧୦୩ ଟଙ୍କା ମୂଲ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ଉପଲବ୍ଧ ହେବ । ଏହାର ପୂର୍ବ ମୂଲ୍ୟ ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କା ଥିଲା ।

ଭୁବନେଶ୍ୱର ଏଲପିଜି ଦର

ପୂର୍ବରୁ ଭୁବନେଶ୍ୱର ଏଲପିଜି ଦର ୧୦୭୯ ଟଙ୍କା ଥିଲା ଯାହା ଏବେ ବୃଦ୍ଧି ପାଇକି ୧୧୨୯ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଏଲପିଜି ସିଲିଣ୍ତରର ଦର ବଢି ୧୧୦୩ ଟଙ୍କା ହୋଇଛି । ଅନ୍ୟପକ୍ଷରେ କମର୍ସିଆଲ ଏଲପିଜି ସିଲିଣ୍ତର ଦର ମଧ୍ୟ ୩୫୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଗତ ବର୍ଷ ଜୁଲାଇ ମାସରେ ୧୪.୨ କେଜି ଘରୋଇ ଏଲପିଜି ସିଲିଣ୍ତର ଦର ୫୦ଟଙ୍କା ବଢିଥିଲା ।

୪ଟି ରାଜ୍ୟର ଘରୋଇ ଏଲପିଜିର ମୂଲ୍ୟ

ଦିଲ୍ଲୀରେ ଘରୋଇ ଏଲପିଜି ମୂଲ୍ୟ ୧୦୫୩ ରୁ ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି।

ମୁମ୍ବାଇରେ ଘରୋଇ ଏଲପିଜିର ମୂଲ୍ୟ ସିଲିଣ୍ଡର ପିଛା ୧୦୫୨.୫୦ ରୁ ୧୧୦୨.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

କୋଲକାତାରେ ଘରୋଇ ଏଲପିଜି ମୂଲ୍ୟ ୧୦୭୯ ରୁ ୧୧୨୯ ଟଙ୍କାକୁ ବୃଦ୍ଧି ପାଇଛି ।

ଚେନ୍ନାଇରେ ଘରୋଇ ଏଲପିଜି ମୂଲ୍ୟ ୧୦୬୮.୫୦ ରୁ ୧୧୧୮.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

୮ ମାସ ପରେ ବୃଦ୍ଧି ପାଇଲା ଏଲପିଜି ସିଲିଣ୍ତର ଦାମ୍

ଘରୋଇ ସିଲିଣ୍ଡରର ମୂଲ୍ୟ ୮ ମାସ ପରେ ବୃଦ୍ଧି ପାଇଛି ଏବଂ ଏହା ପୂର୍ବରୁ ଜୁଲାଇ ୧ରେ ଘରୋଇ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ପାଇଥିଲା । ଗତ ଥର ଜୁଲାଇରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା ଏବଂ ସେହି ଦିନଠାରୁ କମରସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା କିନ୍ତୁ ଘରେ ବ୍ୟବହାର ହେଉଥିବା ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇ ନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+