ଖାଉଟିଙ୍କୁ ବଡ଼ ଭେଟି: କମିଲା ସିଲିଣ୍ତର ଦର
LPG Cylinder Prices: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଖାଉଟିଙ୍କୁ ବଡ଼ ଭେଟି । କମିଲା ସିଲିଣ୍ତର ଦର, ସିଲିଣ୍ତର ପିଛା ୬୯.୫୦ ଟଙ୍କା ଶସ୍ତା ହୋଇଛି । ଏହି ପରି ଭାବରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଲପିଜି ସିଲିଣ୍ଡରର ମୂଲ୍ୟ ତିନି ଗୁଣ ହ୍ରାସ ପାଇଛି।
ସୂଚନାଥାଉ ଯେ, ତୈଳ ମାର୍କେଟିଂ କମ୍ପାନୀଗୁଡିତ ଦେଶରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ତର ମୂଲ୍ୟରେ ହ୍ରାସ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ୬୯.୫୦ଟଙ୍କା, କୋଲକତାରେ ୭୨ ଟଙ୍କା, ମୁମ୍ବାଇରେ ୬୯.୫୦ ଟଙ୍କା ଏବଂ ଚେନ୍ନାଇରେ ୭୦.୫୦ ଟଙ୍କା ଶସ୍ତା ହୋଇଛି ।

ଏହାପୂର୍ବରୁ ଏପ୍ରିଲ ମାସରେ ଏହାର ମୂଲ୍ୟ 19 ଟଙ୍କା ହ୍ରାସ ପାଇ 1,745.50 ଟଙ୍କାକୁ ଖସି ଆସିଥିଲା। ସେହିଭଳି ଆଜିଠାରୁ କୋଲକାତାରେ 1,787 ଟଙ୍କାରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଉପଲବ୍ଧ ହେବ। ମୁମ୍ବାଇର ଲୋକଙ୍କୁ ବର୍ତ୍ତମାନ ଏହି ବଡ ସିଲିଣ୍ଡର ପାଇଁ 1,629 ଟଙ୍କା ଦେବାକୁ ପଡିବ, ଚେନ୍ନାଇରେ ଏହାର ମୂଲ୍ୟ ବର୍ତ୍ତମାନ 1,840.50 ଟଙ୍କା ହେବ ।
ମୁମ୍ବାଇରେ କମର୍ସିଆଲ ଏଲପିଜି ସିଲିଣ୍ତରର ମୂଲ୍ୟ ୧୬୯୮.୫୦ ଟଙ୍କାରେ ବିକ୍ରି ହେଉଥିଲା । ଯାହା ହ୍ରାସ ପାଇ ବର୍ତ୍ତମାନ ୧୬୨୯ ଟଙ୍କା ହୋଇଛି । ତେବେ ଚଳିତ ବର୍ଷ ତୃତୀୟ ଥର ପାଇଁ ଗ୍ୟାସ୍ ସିଲିଣ୍ତରର ଦରରେ ପରିବର୍ତ୍ତନ ହୋଇଛି ।












Click it and Unblock the Notifications