Gas Cylinder Price: ଆଜିଠୁ ନୂଆ ଦରରେ ମିଳିବ ଘରୋଇ ଗ୍ୟାସ୍, ଜାଣନ୍ତୁ କେତେ କମିଲା
LPG Cylinder Price: ମହଙ୍ଗା ମାଡ଼ରୁ ମିଳିଲା ଆଶ୍ୱସ୍ତି । ଆଜିଠୁ ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ତରର ନୂଆ ଦର ଲାଗୁ କରାଯିବା ନେଇ ସୂଚନା ରହିଛି । ଅର୍ଥାତ୍ ସିଲିଣ୍ତର ପିଛା ୨୦୦ ଟଙ୍କା ରିହାତି ମିଳିବ । ସେହିପରି ଉଜ୍ୱଳା ଅଧିକାରୀଙ୍କୁ ପୂର୍ବରୁ ୨୦୦ ଟଙ୍କା ରିହାତି ମିଳୁଥିବା ବେଳେ ଏବେ ଆଉ ୨୦୦ ଟଙ୍କା ସବସିଡି ମିଳିବ । ତେବେ ମୋଟ୍ ଉଜ୍ୱଳା ଯୋଜନା ହିତାଧିକାରୀ ଗ୍ୟାସ୍ ସିଲିଣ୍ତର ପିଛା ୪୦୦ ଟଙ୍କାର ସବସିଡି ପାଇବେ ।
ସରକାରୀ ସୂଚନା ଅନୁସାରେ ଉଜ୍ୱଳା ଯୋଜନାରେ ଦେଶର ପ୍ରାୟ ୧୦କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ଏବଂ ଓଡ଼ିଶାରୁ ୫୩ ଅଧିକାରୀ ଉପକୃତ ହେବେ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ତର ୯୨୯ ଟଙ୍କାରେ ମିଳିବ । ପୂର୍ବରୁ ଘରୋଇ ଏଲପିଜି ଦର ୧୧୨୯ ଟଙ୍କା ଥିଲା ।

ତେବେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହିପରି ଉଜ୍ୱଳା ସ୍କିମରେ ନୂଆ ସଂଯୋଗ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ ଏବଂ ଆଉ ୭୫ଲକ୍ଷ ନୂଆ ଏଲପିଜି ସଂଯୋଗ ପ୍ରଦାନ କରାଯିବା ନେଇ ସୂଚନା ରହିଛି ।
ଗତକାଲି ପର୍ଯ୍ୟନ୍ତ କୋଲକତାରେ ଏଲପିଜି ସିଲିଣ୍ତରର ମୂଲ୍ୟ ୧୧୨୯ ଟଙ୍କା ଥିଲା ଯାହା ଆଜି ୨୦୦ ଟଙ୍କା କମ୍ ହୋଇ ୯୨୯ ଟଙ୍କା ହୋଇଛି । ମୁମ୍ବାଇରେ ଘରୋଇ ସିଲିଣ୍ତରର ମୂଲ୍ୟ ୧୧୦୨.୫୦ ଟଙ୍କା ଥିଲା ଯାହା ଏବେ କମ୍ ହୋଇ ୯୦୨ ଟଙ୍କା ହୋଇଛି । ସେହିପରି ଚେନ୍ନାଇରେ LPG ସିଲିଣ୍ତରର ମୂଲ୍ୟ ୧୧୧୮.୫୦ ଟଙ୍କା ଥିଲା ଯାହା କମ ହୋଇ ବର୍ତ୍ତମାନ ୯୧୮.୫୦ ଟଙ୍କା ହୋଇଛି । ରାଜଧାନୀ ଦିଲ୍ଲୀରେ ଏଲପିଜିର ଗ୍ୟାସର ନୂଆ ମୂଲ୍ୟ ୯୦୩.୦୦ ରହିଛି ।
ଏହା ପୂର୍ବରୁ ଅଗଷ୍ଟ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ତରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଥିଲା ହେଲେ ଘରୋଇ ସିଲିଣ୍ତର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।












Click it and Unblock the Notifications