ଦୀପାବଳିରେ ମହଙ୍ଗା ମାଡ଼: ବଢିଲା ଗ୍ୟାସ୍ ସିଲିଣ୍ତର ଦର
LPG Cylinder Price Hike: ଦୀପାବଳିରେ ମହଙ୍ଗା ମାଡ଼। ପୁଣି ବଢିଲା ଗ୍ୟାସ୍ ସିଲିଣ୍ତର ଦର । 1 ନଭେମ୍ବର 2024 ତାରିଖରୁ 19 କିଲୋଗ୍ରାମ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଇଣ୍ଡିଆନ୍ ଅଏଲ୍ ନଭେମ୍ବର 1 ରୁ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ 62 ଲେଖା ବଢିଛି । ବର୍ତ୍ତମାନ 1802 ଟଙ୍କାରେ ଗ୍ୟାସ୍ ବିକ୍ରି ହେବ ।

ଦିଲ୍ଲୀରେ 19 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 1740 ରୁ 1802 ଟଙ୍କାକୁ ବୃଦ୍ଧି କରାଯାଇଛି। କୋଲକାତାର ନୂତନ ମୂଲ୍ୟ 1850 ରୁ 1911.50 ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ 1692.50 ରୁ 1754.50 ଟଙ୍କାକୁ ବୃଦ୍ଧି ପାଇଛି । ଚେନ୍ନାଇରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଗ୍ୟାସ ଦର ବର୍ତ୍ତମାନ 1964.50 ଟଙ୍କା ରୁ 1903କୁ ବୃଦ୍ଧି କରାଯାଇଛି ।
ସେପ୍ଟେମ୍ବର ମାସପେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ତର ଦର ପ୍ରାୟ ୩୯ ଟଙ୍କା ବୃଦ୍ଧି ପାଇଛି । ଗତ ମାସ 48.50 ରୁ 50 ଟଙ୍କା ଯାଏଁ ଦର ବଢିଥିବା ବେଳେ ଚଳିତ ମାସ 62 ଟଙ୍କା ଦର ବୃଦ୍ଧି ପାଇଛି ।












Click it and Unblock the Notifications