ରନ୍ଧନ ଗ୍ୟାସରେ ସିଲିଣ୍ଡର ପିଛା କେତେ ଟଙ୍କା ନେଇ ଆକାଉଣ୍ଟକୁ କେତେ ଫେରାଯାଏ ?
ରନ୍ଧନ ଗ୍ୟାସ ଏବେ ସମସ୍ତଙ୍କ ଘରେ ଘରେ । ବିନା ଗ୍ୟାସରେ କିଛି ବି ହୋଇପାରୁନି । ଗାଁର ନିପଟ ମପସଲରେ ବି ଆଜି ଗ୍ୟାସ ପହଞ୍ଚିଲାଣି । ତେବେ ଆପଣ ଜାଣନ୍ତି କି ରନ୍ଧନ ଗ୍ୟାସରେ ସିଲିଣ୍ଡର ପିଛା କେତେ ଟଙ୍କା ନେଇ ଆକାଉଣ୍ଟକୁ କେତେ ଫେରାଯାଏ ?
ରାଜ୍ୟସଭାରେ କଂଗ୍ରେସ ସାଂସଦ ମୁକୁଲ ବାଳକ୍ରିଷ୍ଣା ୱାସନିକଙ୍କ LPG ସିଲିଣ୍ଡର ପିଛା କେତେ ଟଙ୍କା ନେଇ ପ୍ରଶ୍ନ କରିଥିଲେ । ଆଉ ଏହାର ଜବାବ ଅନୁସାରେ ତ୍ରିପୁରାରେ ସର୍ବାଧିକ ଖୁଚୁରା ବିକ୍ରୟ ମୂଲ୍ୟ ରହିଛି । ଯାହାର ମୂଲ୍ୟ ₹୧୦୬୩.୫୦ ରହିଛି । ହେଲେ ମୋଟ ୧୦୬୩ରୁ ୧୫୦.୪୮ ଆକାଉଣ୍ଟକୁ ଫେରେ । ତେବେ ଗ୍ୟାସର ଏହାର ମୂଲ୍ୟ (ମୂଲ୍ୟ: ₹୯୧୩.୦୨) ରହିଛି ।

ସେହିପରି ଆମେ ଯଦି ଦେଖିବା କର୍ଣ୍ଣାଟକ ଓ ମୁମ୍ବାଇରେ କିଛି ଟଙ୍କା ଆକାଉଣ୍ଟକୁ ଆସେ ନାହିଁ । କର୍ଣ୍ଣାଟକରେ ମୂଲ୍ୟ ୯୦୫.୫ ଥିବା ବେଳେ ମୁମ୍ୱାଇରେ ୯୦୨.୨ ରହିଛି। ଦାଦ୍ରା ନଗର ହାବେଳୀ ଏବଂ ଡାମନ୍ ଡିୟୁ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବି ଟଙ୍କା ଆକାଉଣ୍ଟକୁ ଆସେନି ।
ଆମ ରାଜ୍ୟ ଓଡ଼ିଶାରେ ସିଲିଣ୍ଡର ପିଛା ୯୨୯ ଟଙ୍କା ନେଇ ଖାତାକୁ ୧୩.୧୫ ଟଙ୍କା ଫେରେ । ତେବେ ସିଲିଣ୍ଡର ମୂଲ୍ୟ ୯୧୫.୦୫ ଟଙ୍କା ।
ରନ୍ଧନ ଗ୍ୟାସରେ ସିଲିଣ୍ଡର ପିଛା କେତେ ଟଙ୍କା ନେଇ ଆକାଉଣ୍ଟକୁ କେତେ ଫେରାଯାଏ ? #Oneindiaodia #LPG #National pic.twitter.com/1yHbDNr1bc
— Oneindiaodia News (@Oneindia_odia) December 26, 2023
ରାଜଧାନୀ ଦିଲ୍ଲୀରେ ବି ପଇସା କିଛି ଆକାଉଣ୍ଟକୁ ଫେରେ ନାହିଁ। ପଡୋଶୀ ବଙ୍ଗଳାଦେଶରେ ସିଲିଣ୍ଡର ପିଛା ୯୨୯ ଟଙ୍କା ନେଇ ଖାତାକୁ ୧୯.୫୭ ଟଙ୍କା ଫେରେ । ତେବେ ସିଲିଣ୍ଡର ମୂଲ୍ୟ ୯୦୯.୪୩ ଟଙ୍କା । ସେହିପରି ବିଭିନ୍ନ ରାଜ୍ୟରେ ଏହାର ମୁଲ୍ୟ ଭିନ୍ନ ରହିଥାଏ ।












Click it and Unblock the Notifications