Budget 2023: ଗରିବ ବର୍ଗର ଲୋକଙ୍କୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ପାଇଁ ଖର୍ଚ୍ଚ 66% ବୃଦ୍ଧି
ସରକାର ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ବଜେଟକୁ ୬୬ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଏହା ୪୪ ହଜାର କୋଟିରୁ ୭୯ ହଜାର କୋଟିକୁ ବୃଦ୍ଧି ପାଇଛି ।

Budget 2023:ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ପାଇଁ ଖର୍ଚ୍ଚ 66% ବୃଦ୍ଧି
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଆଗାମୀ ନିର୍ବାଚନକୁ ନଜରରରେ ରଖାଯାଇ ପ୍ରସ୍ତୁତ କରାଯାଇଛି ଚଳିତ ବର୍ଷ ବଜେଟ୍ । ଏହି ବଜେଟରେ ମୋଦୀ ସରକାର ଗରିବଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ସମ୍ବନ୍ଧୀୟ ଘୋଷଣା । ସରକାର ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ବଜେଟକୁ ୬୬ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଏହା ୪୪ ହଜାର କୋଟିରୁ ୭୯ ହଜାର କୋଟିକୁ ବୃଦ୍ଧି ପାଇଛି ।
୩.୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ଥିବା ୭୪୦ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ
ଏହା ବ୍ୟତୀତ ଅର୍ଥମନ୍ତ୍ରୀ ଆଦିବାସୀ ଗୋଷ୍ଠୀ ପାଇଁ ଅନେକ ଘୋଷଣା ମଧ୍ୟ କରିଛନ୍ତି । ବିଶେଷ କରି ଆଦିବାସୀ ଗୋଷ୍ଠୀର ସାମାଜିକ-ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା । ଆସନ୍ତା ତିନି ବର୍ଷ ମଧ୍ୟରେ ୩.୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ଥିବା ୭୪୦ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ ପାଇଁ କେନ୍ଦ୍ର ୩୮,୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀ ନିଯୁକ୍ତ କରିବ । ସେହିପରି ଆଗାମୀ ୩ ବର୍ଷରେ ଏକ କୋଟି ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ଯାହାଦ୍ୱାରା ସେମାନେ ପ୍ରାକୃତିକ ଚାଷ ଗ୍ରହଣ କରିପାରିବେ । ଏଥିପାଇଁ ୧୦,୦୦୦
ବାୟୋ-ଇନପୁଟ୍ ପ୍ରତିଷ୍ଠାନ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଆଗାମୀ ତିନି ବର୍ଷରେ ୪୭ ଲକ୍ଷ ଯୁବକଙ୍କୁ ସାହାଯ୍ୟ କରିବା ପାଇଁ, ଦେଶର ବିଭିନ୍ନ ଯୋଜନା ମାଧ୍ୟମରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଯୋଜନାକୁ ଆଗକୁ ନିଆଯିବ ।
-
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଭୟଙ୍କର ଘୂର୍ଣ୍ଣିଝଡ଼: ଉଡିଲା ଛପର-ନଦୀକୁ ପଶିଲା ଅଟୋ, ୨ମୃତ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ?












Click it and Unblock the Notifications