ଆରମ୍ଭ ହେଲା ପ୍ରେମ ସପ୍ତାହ, ଆଜି ଗୋଲାପ ଦିବସ
ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ବହୁତ ଖାସ୍ ହୋଇଥାଏ । ୭ ଫେବୃଆରୀରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ ସପ୍ତାହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ପ୍ରେମ ସପ୍ତାହର ପ୍ରତ୍ୟେକ ଦିନ କିଛି ନା କିଛି ଖାସ୍ ହୋଇଥାଏ । ଯାହାକୁ ସମସ୍ତେ ପାଳନ କରନ୍ତି । ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳ ପରସ୍ପରକୁ ଗୋଲାପ, ଟେଡି, ଚକୋଲେଟ ଦେଇ ଇମ୍ପ୍ରେସ କରିଥାନ୍ତି । ପ୍ରେମ ସପ୍ତାହର ପ୍ରଥମ ଦିନରେ ଗୋଲାପ ଦିବସ ପାଳନ କରାଯାଏ । ପ୍ରେମୀ ଯୁଗଳ ପରସ୍ପରକୁ ଗୋଲାପ ଦେଇ ନିଜର ମନ କଥା କହିଥାନ୍ତି ।

ପ୍ରେମର ପ୍ରଥମ ଦିନର ଆରମ୍ଭ ଏକ ସୁନ୍ଦର ଗୋଲାପ ସହିତ କରନ୍ତୁ । ଏହି ଦିନ ପ୍ରେମ ସପ୍ତାହର ପ୍ରଥମ ଦିନ । ସବୁ ପ୍ରେମ ଯୁଗଳ ନିଜ ସାଥି ମାନଙ୍କୁ ଗୋଳାପ ଫୁଲ ଦେଇ ନିଜର ପ୍ରେମ ନିବେଦନ କରିଥାନ୍ତି । ୭ ଫେବୃଆରୀରୁ ରୋଜ ଡେରୁ ଆରମ୍ଭ ହେଉଥିବା ବେଳେ ୧୪ ଫେବୃଆରୀରେ ଭାଲେଣ୍ଟାଇନ ଡେରେ ଏହା ଶେଷ ହୋଇଥାଏ ।
ଅଲଗା ଅଲଗା ଦିନରେ ବିଭିନ୍ନ ପ୍ରକାର ଭାବନାକୁ ବ୍ୟକ୍ତି କରିଥାନ୍ତି ପ୍ରେମୀ ଯୁଗଳ। ପ୍ରେମ ସପ୍ତାହର ପ୍ରଥମ ଦିନଟି ରୋଜ ଡେ ବା ଗୋଲାପ ଦିବସ ଭାବେ ପାଳନ କରାଯାଏ। ବିଭିନ୍ନ ରଙ୍ଗର ଗୋଲାପକୁ ପ୍ରେମୀ ଯୁଗଳ ଦେଇ ନିଜର ଭାବନାକୁ ପ୍ରକାଶ କରନ୍ତି।
ଭାଲେଣ୍ଟାଇନ୍ ସପ୍ତାହକୁ ଧୁମଧାମରେ ପାଳନ କରିବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଗୋଲାପ ଦର ବଜାରରେ ଗୋଟେ ପିଛା ୩୦ ଟଙ୍କା ରୁ ଉର୍ଦ୍ଧ୍ୱ ରହିଥିବା ବେଳେ ବିଭିନ୍ନ ପାର୍କ, ମାର୍କେଟ୍ ଓ କଲେଜ ପରିସରରେ ପ୍ରେମୀ ଯୁଗଳଙ୍କ ମେଳି ଜମିଲାଣି । କିଏ ଗିଫ୍ଟ ଓ କାର୍ଡରେ କାମ ଚଳାଇ ଦେବାକୁ ଯୋଜନା କରୁଛନ୍ତି ତ ଆଉ କିଏ ସରପ୍ରାଇଜ୍ ଦେବା ପାଇଁ ପ୍ଲାନିଂ କରୁଛନ୍ତି ।












Click it and Unblock the Notifications