ପ୍ରେମ ପାଇଁ ପ୍ୟାରିସରୁ ପଣ୍ଡୁଆ ଆସିଲେ ପ୍ରେମିକା
ଭାରତୀୟ ଯୁବକଙ୍କ ପ୍ରେମରେ ପଡିଲେ ପ୍ୟାରିସର ଯୁବତୀ । ବେଶ କିଛି ଦିନ ଖୁସିରେ ଚାଲିଲା ପ୍ରେମ କିନ୍ତୁ ଯେବେ ଦେଖା କଥା ପଡିଲା । ପ୍ରେମିକା କିଛି ନ ଭାବି ପ୍ରେମିକଙ୍କ ନିକଟକୁ ସୂଦୂର ପ୍ୟାରିସରୁ କୋଲକାତାର ପଣ୍ଡୁଆରେ ଆସି ପହଞ୍ଚିଛନ୍ତି ।
କୋଲକାତା: ଆଜି କାଲି ପ୍ରେମକୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ଆସୁଛି ଏବଂ ଅନେକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । କିଏ ନିଜ ପ୍ରେମିକାଙ୍କୁ ଡେଷ୍ଟିନେଶନ ୱେଡିଂ କରି ବିବାହ କଲେଣି ତ ଆଉ କିଏ ପ୍ରେମିକା ପାଇଁ ସାତ ନଦୀ ପାର ହେଲେଣି । ତେବେ ଏଭଳି ଏକ ଘଟଣା କୋଲକାତାରୁ ଆସିଛି। ଅନ୍ତର୍ଜାତୀୟ ଡେଟିଂ ସାଇଟରୁ ଆରମ୍ଭ ହେଲା ପ୍ରେମ । ଭାରତୀୟ ଯୁବକଙ୍କ ପ୍ରେମରେ ପଡିଲେ ପ୍ୟାରିସର ଯୁବତୀ । ବେଶ କିଛି ଦିନ ଖୁସିରେ ଚାଲିଲା ପ୍ରେମ କିନ୍ତୁ ଯେବେ ଦେଖା କଥା ପଡିଲା । ପ୍ରେମିକା କିଛି ନ ଭାବି ପ୍ରେମିକଙ୍କ ନିକଟକୁ ସୂଦୂର ପ୍ୟାରିସରୁ କୋଲକାତାର ପଣ୍ଡୁଆରେ ଆସି ପହଞ୍ଚିଛନ୍ତି ।

ପ୍ୟାରିସର ଯୁବତୀ ପାଟ୍ରିକା ବାରୋଟା ହେଉଛନ୍ତି ଜଣେ ବିଦେଶୀ ନାଗରିକ ଓ କୁନ୍ତଲ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଜଣେ ଭାରତୀୟ । କିଛି ମାସ ପୂର୍ବରୁ ଉଭୟ ଏକ ଡେଟିଂ ସାଇଟରେ ପରିଚିତ ହୋଇଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଭାଷାକୁ ନେଇ ସମସ୍ୟା ଉପୁଜିଥିଲା । ଗୁଗୁଲ ଟ୍ରାନ୍ସଲେଟର ବ୍ୟବହାର କରି ଉଭୟ ଭାଷାର ଆଦାନପ୍ରଦାନ କରୁଥିଲେ । ଦିନ ଗଡିବା ସହ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ମଜବୁତ ହେଲା ।
ପ୍ରଥମେ ସେ ଭାରତରେ ପହଞ୍ଚିବା ପରେ ଦିଲ୍ଲୀରୁ କୋଲକାତା ଆସିଥିଲେ । ଆଉ ଶେଷରେ ବେଙ୍ଗଲି ପ୍ରେମିକଙ୍କ ଘର ପଣ୍ଡୁଆରେ ପହଞ୍ଚିଥିଲେ । ଏହାପରେ ଉଭୟ ଲିଭ ଇନ ରିଲେସନସିପରେ ଅଛନ୍ତି । ଉଭୟ କେବେ ବିବାହ କରିବେ ସେନେଇ ଘୋଷଣା କରିନାହାନ୍ତି ତାରିଖ ।












Click it and Unblock the Notifications