ପୁଣି ଲଭ୍ ଜିହାଦ' ନେଲା କର୍ଣ୍ଣାଟକର କର୍ପୋରେଟର ଝିଅ ଜୀବନ
ଲଭ୍ ଜିହାଦ' ପାଇଁ ହତ୍ୟା । ଜଣେ ମୁସଲିମ ସମ୍ପ୍ରଦାୟର ପୁଅ ତାଙ୍କୁ ସାତ ଥର ଛୁରୀ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ତୀବ୍ର ହେଉଛି ବିବାଦ। ହତ୍ୟାକାଣ୍ଡ ପଛରେ 'ଲଭ୍ ଜିହାଦ' ଥିବା ଅଭିଯୋଗ ହେଉଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଶାସକ କଂଗ୍ରେସକୁ ଘେରିଛି ବିଜେପି।

ସୂଚନା ଅନୁସାରେ, ମୃତ ଯୁବତୀ ଜଣକ ହେଉଛନ୍ତି କଂଗ୍ରେସ ନେତା ତଥା କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ଝିଅ ନେହା ହିରେମାଥ(୨୩)। ସେ ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଫୟାଜ ଖୋଣ୍ଡୁନାଏକ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିଛି। ତଦନ୍ତ ସମୟରେ ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିବା ଜାଣିବାକୁ ପାଇଛି ପୁଲିସ। ପୁଲିସ କହିଛି ଯେ, ଦୁହେଁ ପୂର୍ବରୁ ସମ୍ପର୍କରେ ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ନେହା ଏଥିରୁ ଦୂରେଇ ଯାଇଥିଲେ। ଏହାକୁ ନେଇ ଫୟାଜ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।
ସେପଟେ ଏହି ମାମଲାକୁ ନେଇ 'ଲଭ୍ ଜିହାଦ' ସହ ରାଜ୍ୟରେ ଶାସକ କଂଗ୍ରେସ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ ଆଣିଛି ବିଜେପି। କେନ୍ଦ୍ର ମନ୍ତ୍ରୀ ତଥା ଧରୱାଡ ଲୋକସଭା ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, 'ହତ୍ୟାକାଣ୍ଡ ପଛରେ ଲଭ୍ ଜିହାଦ ରହିଛି।'












Click it and Unblock the Notifications