Get Updates
Get notified of breaking news, exclusive insights, and must-see stories!

CRPF ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ

ରାଜଧାନୀ ଦିଲ୍ଲୀରେ ହେଲା ଭୟଙ୍କର ବିସ୍ଫୋରଣ। ରବିବାର ସକାଳୁ ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆର୍‌ପିଏଫ୍‌ ସ୍କୁଲ କ୍ୟାମ୍ପସ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଶବ୍ଦରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ସ୍କୁଲ ନିକଟ ଅଞ୍ଚଳ ଥରି ଉଠିଥିଲା । ପରେ ପୂରା ଅଞ୍ଚଳରେ ଧୁଆଁ ଧୁଆଁ ହୋଇଯାଇଥିଲା । ଫଳରେ ଭୟଭୀତ ହୋଇ ଲୋକେ ଏଣେ ତେଣେ ଧାଁ-ଦୌଡ଼ କରିଥିଲେ । ବିସ୍ଫୋରଣରେ ସ୍କୁଲ ପାଚେରୀ ଭାଙ୍ଗି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସିଆରପିଏଫ ସ୍କୁଲ ନିକଟରେ ଅନେକ ଦୋକାନ ରହିଛି । ତେବେ ସିଲିଣ୍ଡର ବିସ୍ଫୋରଣ ହେଉଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ପରେ ଆଖପାଖ ଗାଡି ଏବଂ ଘରର କାଚ ଭାଙ୍ଗିଯାଇଛି ।

ଏହି ବିସ୍ଫୋରଣ ପୂର୍ବରୁ ଦିଲ୍ଲୀ ପୁଲିସ ଏବଂ ଅଗ୍ନିଶମ ବିଭାଗ ସୂଚନା ପାଇଥିଲା। ପୁଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଘଟଣାସ୍ଥଳରୁ ସେପରି କିଛି ମିଳି ନ ଥିଲା। ଏହି ଘଟଣାର ତଦନ୍ତରେ ଦିଲ୍ଲୀ ପୁଲିସ ବ୍ୟସ୍ତ ଅଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ସୂଚନା ଅନୁଯାୟୀ, ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ବିଦ୍ୟାଳୟ ବାହାରେ ବିସ୍ଫୋରଣର ଖବର ଆସିଛି।

Loud Explosion Near CRPF School

ଅଗ୍ନିଶମ ବିଭାଗ ସକାଳ ପ୍ରାୟ ୭ଟା ୫୦ ବେଳେ ଘଟଣା ସମ୍ପର୍କରେ ସୂଚନା ପାଇଥିଲା, ପରେ ତୁରନ୍ତ ଦୁଇଟି ଦମକଳ ଗାଡିକୁ ଘଟଣାସ୍ଥଳକୁ ପଠାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ କିମ୍ବା କାନ୍ଥର କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ। ଏହି ଟିମ୍ କ୍ରମାଗତ ଭାବରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।

ରୋହିଣୀ ଡିସିପି ଅମିତ୍ ଗୋଏଲଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣର କାରଣ ଜାଣିବାକୁ ବୋମା ଏକ୍ସପର୍ଟଙ୍କୁ ଡକାଯାଇଛି। ବିସ୍ଫୋରଣର କେନ୍ଦ୍ରବିନ୍ଦୁ ଜାଣିବା ପାଇଁ ଦିଲ୍ଲୀ ପୁଲିସ ଯାଞ୍ଚ କରୁଛି। ବିଶେଷଜ୍ଞ ଟିମଙ୍କ ତଦନ୍ତ ପରେ ଏହାର କାରଣ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି। ଦିଲ୍ଲୀ ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହିତ ନେଇଛି। ଏଫଏସଏଲ ଟିମ୍ ଏହା କେଉଁ ପ୍ରକାରର ବିସ୍ଫୋରଣର ବୋଲି ଜାଣିବାକୁ ଚେଷ୍ଟ କରୁଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+