ମାଂସାହାରୀ ଥିଲେ ଭଗବାନ ରାମ: ଏନସିପି ନେତା ଜିତେନ୍ଦ୍ର ଆହ୍ୱାଡ
ନୂଆଦିଲ୍ଲୀ: ପ୍ରଭୁ ରାମଙ୍କୁ ନେଇ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଜିତେନ୍ଦ୍ର ଆହ୍ୱାଡଙ୍କ ବିବାଦିୟ ବୟାନ । ଯାହାକୁ ନେଇ ବର୍ତ୍ତମାନ ବିବାଦ ବଢିବାରେ ଲାଗିଛି । ସେ କହିଛନ୍ତି, 'ଭଗବାନ ରାମ ଶାକାହାରୀ ନଥିଲେ, ମାଂସାହାରୀ ଥିଲେ।' । ବୁଧବାର ଦିନ ମହାରାଷ୍ଟ୍ରର ଶ୍ରୀଦିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ରାମଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଏନସିପିର ଶରଦ ପାୱାର କ୍ୟାମ୍ପରେ ଥିବା ଜିତେନ୍ଦ୍ର ଆହ୍ୱାଡ ।
ସେ ଆହୁରି କହିଛନ୍ତି, 'ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ପଶୁ ଶିକାର କରନ୍ତି ଏବଂ ଖାଆନ୍ତି ମଧ୍ୟ । ହେଲେ ଏଠି କିଛି ବ୍ୟକ୍ତି ପ୍ରଭୁ ରାମଙ୍କ ଉଦାହରଣ ଦେଇ ଲୋକଙ୍କୁ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି ହେଲେ ପ୍ରଭୁ ରାମ ଶାକାହାରୀ ନଥିଲେ, ସେ ଜଣେ ମାଂସାହାରୀ ଥିଲେ। ଜଣେ ବ୍ୟକ୍ତି ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ - ସେ କେଉଁଠୁ ଶୁଦ୍ଧ ନିରାମିଶ ଆହାର ପାଇବେ?" ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।

ଏନସିପି ନେତାଙ୍କ ଏପରି ବିବାଦିୟ ବୟାନ ପରେ ସବୁଠି ବିରୋଧ ଆରମ୍ଭ ହୋଇଯାଇଛି । ଏନସିପି ଅଜିତ ପାୱାରଙ୍କ ଦଳର ନେତା ମାନେ ଗତକାଲି ତାଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ପହଞ୍ଚି ହଙ୍ଗମା କରିବା ଆରମ୍ଭ କରିଥିଲେ ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳି ଥିଲା । ଏନସିପି ନେତାଙ୍କ ଘର ବାହାରେ ବିକ୍ଷୋବ ପ୍ରଦର୍ଶନ କରୁଥିବା ଲୋକେ ଦାବି କରିଛନ୍ତି ଯେ ଆୱାଡଙ୍କ ଏପରି ମନ୍ତବ୍ୟ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଉଛି । ଯେଉଁଥି ପାଇଁ ବର୍ତ୍ତମାନ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ।
ସେହିପରି ସୋସିଆଲ ମିଡିଆରେ ମଧ୍ୟ ଏନସିପି ନେତାଙ୍କ ଏପରି ବିବାଦିୟ ବୟାନକୁ ବିବାଦ ଲାଗି ରହିଛି । ତାଙ୍କର ଏପରି ବିବୃତିକୁ ଅନେକ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବିବାଦ ବଢୁଥିବା ପରେ ଏପରି ବିବୃତି ପାଇଁ ସେ କ୍ଷମା ମାଗିଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications