"ଦିନେ ରଥଯାତ୍ରା ପାଇଁ ସାହାଯ୍ୟ କରିଥିଲେ ଡୋନାଲ୍ଡ ଟ୍ରମ୍ପ, ଆଜି ତାଙ୍କ ଜୀବନ ବଞ୍ଚାଇଦେଲେ ମହାପ୍ରଭୁ ଜଗନ୍ନାଥ"

ମହାପ୍ରଭୁ ଜଗନ୍ନାଥ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଦେଇଛନ୍ତି । ଏକଥା ଆମେ କହୁନାହୁଁ, ଆମେରିକାରେ ଜଣେ ଇସ୍କନ ସଦସ୍ୟ ଏହା କହିଛନ୍ତି । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ ହୋଇଛି । ଗୁଳି ଡୋନାଲ୍ଡ ଟ୍ରମ୍ପଙ୍କ କାନକୁ ଛୁଇଁ ପାର୍ ହୋଇଯାଇଛି । ଯେତେବେଳେ ପେନସିଲବେନିଆରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିଲେ ଠିକ୍ ସେହି ସମୟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଉ ଏହି ଘଟଣାକୁ ନେଇ ଇସ୍କନ ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି ।

ଇସ୍କନର କହିବା ଅନୁସାରେ ପ୍ରଭୁ ଜଗନ୍ନାଥଙ୍କ କାରଣରୁ ଟ୍ରମ୍ପଙ୍କ ଜୀବନ ବଞ୍ଚିଯାଇଛି । ଏହି ଘଟଣାରେ ୧୯୭୬ରେ ନ୍ୟୁୟର୍କର ପ୍ରଥମ ରଥଯାତ୍ରା ସହିତ ଡୋନାଲ୍ଡ ଟ୍ରମ୍ପଙ୍କ ସଂଯୋଗକୁ ଇସ୍କନ ମନେପକାଇଦେଇଛି । ଇସ୍କନ କୋଲକତାର ଅଧ୍ୟକ୍ଷ ରାଧାରମଣ ଦାସ କହିଛନ୍ତି, ୧୯୭୬ରେ ଇସ୍କନ ଭକ୍ତମାନେ ନ୍ୟୁୟର୍କରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏକ ବଡ ସ୍ଥାନ ଖୋଜୁଥିଲେ । ସେହି ସମୟରେ ଡୋନାଲ୍ଡ ଟ୍ରମ୍ପ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏକ ବଡ ସ୍ଥାନ ଯୋଗାଇ ଦେଇ ସେମାନଙ୍କୁ ସାହାଯ୍ୟ କରିଥିଲେ । ଆଉ ଏବେ ପ୍ରଭୁ ଜଗନ୍ନାଥ ଟ୍ରମ୍ପଙ୍କ ଜୀବନ ବଞ୍ଚାଇ ତାଙ୍କ ସାହାଯ୍ୟର ଫଳ ଦେଇଛନ୍ତି ।

Donald Trump

ସେତେବେଳେ ଟ୍ରମ୍ପଙ୍କ ବୟସ ମାତ୍ର ୩୦ ବର୍ଷ ଥିଲା । ସେ ସେତେବେଳେ ଜଣେ ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଭାବରେ ଉଭା ହୋଇଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ସହାୟତାରେ ହିଁ ୧୯୭୬ରେ ନ୍ୟୁୟର୍କରରେ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ରଥଯାତ୍ରା ହୋଇପାରିଥିଲା ।

ଟ୍ରମ୍ପ ଓ ଜଗନ୍ନାଥଙ୍କୁ ନେଇ ରହିଛି ବିରାଟ ସଂଯୋଗ । ଆଜକୁ ଠିକ୍ 48 ବର୍ଷ ପୂର୍ବେ ଜୁଲାଇ ୧୯୭୬ରେ ଇସ୍କନ ଭକ୍ତମାନଙ୍କ ଦ୍ବାରା ପ୍ରଥମ କରି ନ୍ୟୁୟର୍କ ସହରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା। ହେଲେ ଇସ୍କନ ଶ୍ରଦ୍ଧାଳୁଙ୍କୁ ଜାଗା ମିଳିନଥିଲା । ଏଥିରେ ଦ୍ୱାର ଦ୍ୱାର ବୁଲି ସହଯୋଗ ଲୋଡିଥିଲେ ଇସ୍କନ ଶ୍ରଦ୍ଧାଳୁ । ହେଲେ କିଏ ବି ଏଥିରେ ସହଯୋଗ କରିନଥିଲେ ।

ସେତେବେଳେ ଇସ୍କନ ଶ୍ରଦ୍ଧାଳୁଙ୍କୁ କେହି ଜଣେ କହିଥିଲେ ଯେ ଟ୍ରମ୍ପ ଏକ ପୁରୁଣା ରେଳ ପ୍ରାଙ୍ଗଳ କିଣିଛନ୍ତି । ହୁଏ ତ ତାଙ୍କୁ ସହଯୋଗ ମାଗିଲେ ସେ କାଳେ ସହଯୋଗ କରିବେ । ଏ କଥା ଶୁଣିବା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ନୂତନ ଆଶା ସଂଞ୍ଚାର ହୋଇଥିଲା । ଖୁବ ଶ୍ରଦ୍ଧାରେ ଏକ ଚିଠି ଓ ହାତରେ ମହାପ୍ରସାଦ ଧରି ଟ୍ରମ୍ପଙ୍କୁ ଭେଟିବାକୁ ଗଲେ । ଚିଠି ପଢୁ ପଢୁ ତୁରନ୍ତ ଟ୍ରମ୍ପଙ୍କ ସେକ୍ରେଟାରୀ ସିଧା ସିଧା ମନା କଲେ । ଯେ ଟ୍ରମ୍ପ ଏଥିରେ କେବେ ବି ରାଜି ହେବେ ନାହିଁ । ତଥାପି ତମ ମାନଙ୍କ ଅନୁରୋଧ ମୁଁ ଟ୍ରମ୍ପଙ୍କ ନିକଟରେ ପହଞ୍ଚାଇବି ।

ତିନି ଦିନ ପରେ ଇସ୍କନ ଶ୍ରଦ୍ଧାଳୁଙ୍କୁ ଖବର ଆସେ । ଆପଣମାନେ ଆସି ଦେଖା କରନ୍ତୁ । ପହଞ୍ଚୁ ପହଞ୍ଚୁ ବ୍ୟସ୍ତ ବିବ୍ରତ ହୋଇ ସେକ୍ରେଟାରୀ ଜଣଙ୍କ କହିଲେ...କଣ ହେଲା କେଜାଣି ଆପଣ ଛାଡି ଯାଇଥିବା ମହାପ୍ରସାଦ ଟ୍ରମ୍ପ ସେବନ କରିଥିଲେ । ଏବଂ ଚିଠି ପଢୁ ପଢୁ ତୁରନ୍ତ କହିଲେ ପୁରୁଣା ରେଳ ପ୍ରାଙ୍ଗଣରେ ରଥ ନିର୍ମାଣ ପାଇଁ ଅନୁମତି ଦିଆଯାଉ । ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରେଳ ପ୍ରାଙ୍ଗଣକୁ ମାଗଣାରେ ଦେବାକୁ ଚିଠିରେ ଦସ୍ତଖତ କରିଥିଲେ । ଏହାପରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିଲା । ଏହି ପୁରା ଘଟଣା ପୁରା ଅଲୌକିକ ଥିଲା । ଯାହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହିଥିଲେ ଶ୍ରଦ୍ଧାଳୁ ।

ଆମେରିକା ପେନ୍‌ସିଲଭାନିଆର ବଟଲର୍‌ରେ ହୋଇଥିବା ରାଲିରେ ଜଣେ ଯୁବକ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଗୁଳି ତାଙ୍କ କାନକୁ ଛୁଇଁ ବାହାରି ଯାଇଥିଲା । ଏହି ସମୟରେ ତାଙ୍କ କାନ ଓ ମୁହଁରେ ରକ୍ତ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ସେ ଅଳ୍ପକେ ରକ୍ଷା ପାଇଥିଲେ ।

ସିକ୍ରେଟ ସର୍ଭିସ୍ ଏଜେଣ୍ଟମାନେ ତାଙ୍କୁ ପରିଚାଳନା କରିଥିଲେ । ଏହି ଗୁଳି କାଣ୍ଡରେ ସୁଟର ଏବଂ ଟ୍ରମ୍ପଙ୍କର ଜଣେ ପ୍ରଶଂସକଙ୍କର ମୃତ୍ୟୁ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+