ଆସନ୍ତାକାଲି ବାଚସ୍ପତି ନିର୍ବାଚନ: ଓମ୍ ବିର୍ଲା VS କେ ସୁରେଶ, ଜାଣନ୍ତୁ କିଏ ଅଧିକ ଧନୀ ଏବଂ କାହା ନାଁରେ ରହିଛି ଅଧିକ ଋଣ
Loksabha Speaker Election: କିଏ ହେବେ ଲୋକସଭା ବାଚସ୍ପତି । ଯାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । 18ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଥିଲା। ଦେଶର ଇତିହାସରେ ପ୍ରଥମ ଥର ପାଇଁ ଲୋକସଭା ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏନଡିଏ ପକ୍ଷରୁ ଓମ ବିର୍ଲା ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟପକ୍ଷରେ ଇଣ୍ଡିଆ ଆଲାଇନ୍ସ ପକ୍ଷରୁ କେ ସୁରେଶଙ୍କୁ ଲୋକସଭା ବାଚସ୍ପତି ପଦ ପାଇଁ ମନୋନୀତ କରାଯାଇଛି।
ରାଜନାଥ ସିଂଙ୍କ ଦ୍ୱାରା ବାଚସ୍ପତି ପଦ ପାଇଁ ବିରୋଧୀଙ୍କୁ ସହମତି ଦେବା ପାଇଁ ଉଦ୍ୟମ କରାଯାଉଥିଲା, କିନ୍ତୁ ବିରୋଧୀ ଦଳ କେ ସୁରେଶଙ୍କୁ ନାଁ ବାଚସ୍ପତି ପଦ ପାଇଁ ବାଛିଥିଲେ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୋଦି ସରକାରରେ ମଧ୍ୟ ଓମ ବିର୍ଲା ଲୋକସଭା ବାଚସ୍ପତି ଥିଲେ। ଏଥର ସେ ରାଜସ୍ଥାନର କୋଟାରୁ ନିର୍ବାଚନ ଜିତିଥିଲେ । ତେବେ ଏହି ଦୁଇ ନେତା, ନିଜ ନିଜ କ୍ଷେତ୍ରରେ ଏକ ଚମତ୍କାର ରାଜନୈତୀକ ଯାତ୍ରା କରିଛନ୍ତି।

ସୂଚନା ଅନୁସାରେ ଓମ୍ ବିର୍ଲାଙ୍କ ନେଟୱର୍ଥ: MyNeta.info ଅନୁଯାୟୀ, ଓମ ବିର୍ଲାଙ୍କ ନେଟୱର୍ଥ 10.62 କୋଟି ଟଙ୍କା ଏବଂ ତାଙ୍କର କୌଣସି ପ୍ରକାର ଋଣ ନାହିଁ । ସେହିପରି ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେ ସୁରେଶଙ୍କର ନେଟୱର୍ଥ 1.5 କୋଟି ଟଙ୍କା ଏବଂ ତାଙ୍କର ପାଖାପାଖି 8 ଲକ୍ଷ ଟଙ୍କା ଋଣ ରହିଛି।
ସେହିପରି ଓମ୍ ବିର୍ଲାଙ୍କ ପତ୍ନୀ ଜଣେ ଡାକ୍ତର ଏବଂ ସେ ତାଙ୍କ ସ୍ୱାମୀଙ୍କ ଅପେକ୍ଷା ସେ ଅଧିକ ଧନୀ, ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କର ଭିନ୍ନ ଭିନ୍ନ କାର ରହିଛି, ଯାହାର ମୂଲ୍ୟ ପ୍ରାୟ 5 ଲକ୍ଷ ଟଙ୍କା । ଓମ୍ ବିର୍ଲା 'ଭୂମିହୀନ' କିନ୍ତୁ ତାଙ୍କ ପତ୍ନୀଙ୍କର କୋଟି ମୂଲ୍ୟର ସମ୍ପତ୍ତି ଅଛି । ଓମ୍ ବିର୍ଲାଙ୍କ ନାମରେ କୌଣସି ଘର ନାହିଁ କିନ୍ତୁ ତାଙ୍କ ପତ୍ନୀଙ୍କ ନାମରେ ତିନୋଟି ଘର ଅଛି, ଯାହାର ମୂଲ୍ୟ 4 ରୁ 5 କୋଟି ଟଙ୍କା ।
କେ ସୁରେଶଙ୍କର 75 ଲକ୍ଷ ଟଙ୍କା ମୂଲ୍ୟର ଏକ ଘର ଥିବାବେଳେ ତାଙ୍କର ଦୁଇଟି କାର ଅଛି ଯାହାର ମୂଲ୍ୟ ପ୍ରାୟ 25 ଲକ୍ଷ ଟଙ୍କା । ଯେଉଁ ଘରେ ନିଜ ପରିବାର ସହ ରୁହନ୍ତି ତାହାର ମୂଲ୍ୟ 20 ଲକ୍ଷ ଟଙ୍କା ସୁରେଶଙ୍କର 75 ଲକ୍ଷ ଟଙ୍କା ମୂଲ୍ୟର ଏକ ଚାଷ ଜମି ମଧ୍ୟ ରହିଛି ।












Click it and Unblock the Notifications