ଲୋକପାଳଙ୍କୁ ଦରକାର ୭ ଲଗଜରୀ BMW କାର, ଜାରି ହେଲା ଟେଣ୍ଡର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ଦୁର୍ନୀତି ନିବାରଣ ସଂସ୍ଥା 'ଲୋକପାଳ' ପାଇଁ ୭ଟି ବିଳାସପୂର୍ଣ୍ଣ BMW 330 Li (Long Wheel Base) କାର୍ କିଣିବାକୁ ସାର୍ବଜନୀନ ଟେଣ୍ଡର ଆହ୍ୱାନ କରାଯାଇଛି। ଅକ୍ଟୋବର ୧୬ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଟି BMW କାର୍ର ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ ଏବଂ ସମସ୍ତ ୭ଟି କାର୍ ପାଇଁ ଖର୍ଚ୍ଚ ୫ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ନଭେମ୍ବର ୭ରୁ ଏହି ଟେଣ୍ଡରର ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ।
ତେବେ, ଦୁର୍ନୀତି ବିରୋଧରେ ଲଢ଼ୁଥିବା ଏହି ସଂସ୍ଥା ପାଇଁ ଏତେ ଦାମୀ କାର୍ କିଣାଯିବା ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସ ନେତା ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ କହିଛନ୍ତି ଯେ ଲୋକପାଳଙ୍କୁ 'ମେଡ୍-ଇନ୍-ଇଣ୍ଡିଆ' କାର୍ ବାଛିବା ଉଚିତ ଥିଲା। ସେ ଏହି ସଂସ୍ଥାକୁ ଏକ 'ଅକର୍ମଣ୍ୟ ସଂସ୍ଥା' କହି ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି। କାର୍ କିଣାଯିବା ପରେ BMW କମ୍ପାନୀ ଲୋକପାଳର ଡ୍ରାଇଭର ଏବଂ କର୍ମଚାରୀଙ୍କୁ ଅତି କମରେ ୭ ଦିନ ତାଲିମ ଦେବ।

ଲୋକପାଳ ଯେଉଁ ଅତ୍ୟାଧୁନିକ BMW ଆବଶ୍ୟକ କରୁଛନ୍ତି, ତା'ର ଦାମ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ। କାରଣ ପ୍ରତିଟି BMWର ଦାମ ମାର୍କେଟରେ ଏବେ ୭୦ ଲକ୍ଷ ଟଙ୍କା ରହିଛି। ତେଣୁ ୭ଟି BMW ପାଇଁ ଖର୍ଚ୍ଚ ହେବ ପ୍ରାୟ ୫ କୋଟି ଟଙ୍କା। ଏପରି ଦାମୀ ଗାଡ଼ି ପାଇଁ ଲୋକପାଳ ଟେଣ୍ଡର ଡାକିବା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କାର ନିର୍ମାଣକାରୀ କମ୍ପାନୀ BMWକୁ ଲୋକପାଳ ଡ୍ରାଇଭର ଓ କର୍ମଚାରୀମାନଙ୍କୁ ୭ ଦିନିଆ ଟ୍ରେନିଂ ଦେବାକୁ କୁହାଯାଇଛି। ଏହି ସମୟରେ କମ୍ପାନୀ ପକ୍ଷରୁ କାରର ବୈଦ୍ୟୁତିକ ବ୍ୟବସ୍ଥା ଓ କେମିତି ଏହାକୁ ବ୍ୟବହାର କରାଯିବ, ସେସବୁର ତାଲିମ ଦିଆଯିବ।
ଅକ୍ଟୋବର ୧୬ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତର ଲୋକପାଳ ପ୍ରଖ୍ୟାତ ଏଜେନ୍ସିଗୁଡ଼ିକ ଠାରୁ ୭ଟି BMW ୩ ସିରିଜର ଲି କାର ପାଇଁ ଟେଣ୍ଡରକୁ ନିମନ୍ତ୍ରଣ କରୁଛନ୍ତି। ଏହି କାରଗୁଡ଼ିକ ଭାରତର ଲୋକପାଳ ବ୍ୟବହାର କରିବେ। ଟେଣ୍ଡର ନୋଟିସ ଅନୁସାରେ ଏହି ପ୍ରସ୍ତାବ ୯୦ ଦିନ ଯାଏ ବୈଧ ରହିବ। ତେବେ ଲୋକପାଳ(Anti-Corruption Day) ଭଳି ସଂସ୍ଥା ନିଜ ପାଇଁ ଦାମୀ କାର ମାଗିବା ସମସ୍ତଙ୍କୁ ଚକିତ କରିଛି।












Click it and Unblock the Notifications