ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲା: ବଢିଲା ମହୁଆ ମୋଇତ୍ରାଙ୍କ ଅଡୁଆ, ସିବିଆଇ ତଦନ୍ତ ପାଇଁ ଦାବି
Mahua Moitra Cash-For-Query Case: ନୂଆଦିଲ୍ଲୀ, ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲା । ବଢିଲା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସମସ୍ୟା । ବୁଧବାର ଦିନ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ଲୋକପାଲ ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ମୋର ଅଭିଯୋଗ ପରେ ଲୋକପାଳ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଦୁର୍ନିତି ମାମଲାକୁ ନେଇ ସିବିଆଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
लोकपाल ने आज मेरे कम्प्लेन पर आरोपी सांसद महुआ जी के राष्ट्रीय सुरक्षा को गिरवी रखकर भ्रष्टाचार करने पर CBI inquiry का आदेश दिया
— Dr Nishikant Dubey (@nishikant_dubey) November 8, 2023
ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ନେଇ ମୋଇତ୍ରା ପ୍ରତିଯବାବ ଦେଇଛନ୍ତି । ମହୁଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୋର ଉତ୍ତର ଜାଣିବାକୁ ଯେଉଁ ଗଣମାଧ୍ୟମ କଲ୍ କରୁଛି । ମୁଁ ତାଙ୍କୁ କହିବାକୁ ଚାହୁଁଛି ଯେ, ଆଦାନୀ କୋଇଲା ସ୍କାମ ମାମଲାରେ ସିବିଆଇକୁ ପ୍ରଥମେ ଏଫଆଇଆର ପଞ୍ଜିକରଣ କରିବାକୁ ପଡିବ।
For media calling me- my answer:
1. CBI needs to first file FIR on ₹13,000 crore Adani coal scam
2. National security issue is how dodgy FPI owned (inc Chinese & UAE ) Adani firms buying Indian ports & airports with @HMOIndia clearanceThen CBI welcome to come, count my shoes
— Mahua Moitra (@MahuaMoitra) November 8, 2023
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ଏହି ମାମଲାର ଶୁଣାଣି ଏଥିକ୍ସ କମିଟି କରୁଛି । ହେଲେ ପରିପ୍ରେକ୍ଷୀରେ ନିଶିକାନ୍ତ ଦୁବେ ଓମ ବିର୍ଲାଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଥିଲେ ।












Click it and Unblock the Notifications