ଦୁର୍ଘଟଣାରୁ ହେଲା ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ଇନ୍ସପେକ୍ଟର
କର୍ଣ୍ଣାଟକର ଧାରୱାଡ ଜିଲ୍ଲାରୁ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। କାର୍ ଜଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଜଣେ ଲୋକାଯୁକ୍ତ ଇନ୍ସପେକ୍ଟର। ଜିଲ୍ଲାର ଆନିଗେରି ସହର ଉପକଣ୍ଠରେ ଶୁକ୍ରବାର ବିଳମ୍ବିତ ରାତିରେ ଇନ୍ସପେକ୍ଟରଙ୍କ କାର ରାସ୍ତାରେ ଏକ ଡିଭାଇଡରରେ ଧକ୍କା ହୋଇ ନିଆଁ ଲାଗିଯାଇଥିଲା, ଯାହା ଫଳରେ ସେ କାର ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତକଙ୍କ ନାମ ଇନ୍ସପେକ୍ଟର ସଲିମଥ। ସେ ହାଭେରୀ ଲୋକାୟୁକ୍ତ କାର୍ଯ୍ୟାଳୟରେ ନିଯୁକ୍ତ ଥିଲେ। ପ୍ରାରମ୍ଭିକ ପୋଲିସ ରିପୋର୍ଟ ଅନୁଯାୟୀ, ଅଧିକାରୀ ଜଣକ ଗଡଗରୁ ହୁବଲି ଯାଉଥିବା ସମୟରେ ତାଙ୍କ ହୁଣ୍ଡାଇ ଆଇ୨୦ କାର ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥରେ ଏକ ଡିଭାଇଡରରେ ପିଟି ହୋଇଥିଲା ।

ଧକ୍କା ପରେ, କାରଟିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ସେ ଭିତରେ ଫସିଗଲେ। ସେହି ସମୟରେ ସେ କାରରୁ ବାହାରି ପାରିଲେ ନାହିଁ ଏବଂ ଗାଡ଼ିଟି ଜଳି ତାଙ୍କର ମୃତ୍ୟୁ ହୋଇଗଲା। ଘଟଣା ବିଷୟରେ ଜାଣିବା ମାତ୍ରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିବା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଆନିଗେରି ପୋଲିସ ଷ୍ଟେସନ୍ ଏକ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications