Lok Sabha: ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଗୃହୀତ
ୱକଫ୍ ସଂଶୋଧନ ବିଲ୍-୨୦୨୫ (ଉମ୍ମିଦ) ଲୋକସଭାରେ ଗୃହୀତ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ବିଲ୍ ଉପରେ ୮ ଘଣ୍ଟା ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବିରୋଧୀ ଦଳଙ୍କ ଦାବି ମୁତାବକ ଏହା ୧୨ ଘଣ୍ଟାକୁ ବୃଦ୍ଧି ପାଇଥିଲା।

ଶାସକ ଏନ୍ଡିଏ ଓ ବିରୋଧୀ ଦଳ ମଧ୍ୟରେ ଘମାଘୋଟ ବିତର୍କ ପରେ ରାତି ସାଢ଼େ ୧୨ଟାରେ ଭୋଟ୍ ଗ୍ରହଣ ହୋଇଥିଲା ଏବଂ ବାଚସ୍ପତି ଓମ୍ ବିର୍ଲା ୧୨ଟା ୪୦ରେ ଫଳାଫଳ ଘୋଷଣା କରିଥିଲେ। ବିଲ୍ ସପକ୍ଷରେ ୨୮୮ ଜଣ ଭୋଟ୍ ଦେଇଥିବା ବେଳେ ବିଲ୍ ବିରୋଧରେ ୨୩୧ ଜଣ ଭୋଟ୍ ଦେଇଥିଲେ। ଏହାପରେ ସାଂସଦଙ୍କ ଦ୍ବାରା ଆଗତ ବିଭିନ୍ନ ସଂଶୋଧନ ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ହୋଇଥିଲା ଏବଂ ପ୍ରକ୍ରିୟା ରାତି ୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। ଭୋଟ୍ ଗ୍ରହଣ ଉଭୟ ବାଚନିକ ଓ ଇଲେକ୍ଟ୍ରୋନିକ୍ ଭୋଟିଂ ବ୍ୟବସ୍ଥାରେ ହୋଇଥିଲା।
ବିରୋଧୀମାନେ ମୁସଲମାନମାନଙ୍କ ଧାର୍ମିକ ବ୍ୟାପାରରେ କେନ୍ଦ୍ର ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୱକଫ୍ ସଂଶୋଧନ ବିଲ୍ ଉପରେ ବିତର୍କ ବେଳେ ସ୍ପଷ୍ଟ କରିଥିଲେ ଯେ ଧାର୍ମିକ ବ୍ୟାପାର ପରିଚାଳନାରେ ୱକଫ୍ ବୋର୍ଡର ଅଣ-ମୁସଲମାନ ସଦସ୍ୟଙ୍କ କୌଣସି ଭୂମିକା ରହିବ ନାହିଁ। ଏହି ବିଲ୍ ନେଇ ବିରୋଧୀ ଦଳ ନେତାମାନେ କେବଳ ବିଭ୍ରାନ୍ତି କରୁଥିବା ଅଭିଯୋଗ କରି ଶାହ ଏହାର କଡ଼ା ସମାଲୋଚନା କରିଥିଲେ।
ୱକଫ୍ପ୍ର ତିଷ୍ଠାର ଇତିହାସ ଉପରେ ଆଲୋକପାତ କରି ସେ କହିଥିଲେ ଯେ ୧୯୯୫ ମସିହାରେ ଵକଫ୍ ଆଇନ ଓ ବୋର୍ଡ କାର୍ଯ୍ୟକାରୀ ହୋଇଥିଲା ଏବଂ ଏବେ ଅଣ-ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ ଉଠାଇ ବିରୋଧୀମାନେ ମିଥ୍ୟା ପ୍ରଚାର କରୁଛନ୍ତି। ପ୍ରଥମତଃ ୱକଫ୍ର ଧାର୍ମିକ ଅନୁଷ୍ଠାନ ପରିଚାଳନା କରୁଥିବା ଲୋକଙ୍କ ମଧ୍ୟରେ କୌଣସି ଅଣମୁସଲମାନ ରହିବେ ନାହିଁ। ଅଣମୁସଲମାନଙ୍କୁ ସାମିଲ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ଏବଂ ଆମେ ଏହା କରିବାକୁ ଚାହୁନାହୁଁ ବୋଲି ଶାହ କହିଥିଲେ। ସଂଶୋଧିତ ଆଇନ ମୁସଲମାନଙ୍କ ଧାର୍ମିକ ଆଚରଣରେ ହସ୍ତକ୍ଷେପ କରିବ ନାହିଁ ଏବଂ ସେମାନଙ୍କ ଦ୍ୱାରା ଦାନ କରାଯାଇଥିବା ସମ୍ପତ୍ତିରେ ହସ୍ତକ୍ଷେପ ମଧ୍ୟ କରିବ ନାହିଁ।












Click it and Unblock the Notifications