Get Updates
Get notified of breaking news, exclusive insights, and must-see stories!

ଡିସେମ୍ୱର ୮ରେ 'ବନ୍ଦେ ମାତରମ୍' ଉପରେ ଲୋକସଭାରେ ହେବ ଆଲୋଚନା

ଲୋକସଭାରେ ସୋମବାର ଜାତୀୟ ଗୀତ 'ବନ୍ଦେ ମାତରମ୍‌'ର ୧୫୦ ବର୍ଷ ପୂର୍ତ୍ତି ଉପରେ ଆଲୋଚନା ହେବ । ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ ଚର୍ଚ୍ଚା ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀନ ବୈଠକ ଓ ବିଏସି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କିରେନ ରିଜିଜୁ ଏକ୍ସ ପୋଷ୍ଟରେ ଲେଖିଛନ୍ତି, 'ଆଜି ଲୋକସଭା ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ, ସୋମବାର ଡିସେମ୍ୱର ୮ ଅପରାହ୍ଣ ୧୨ଟାରୁ ଲୋକସଭାରେ ଜାତୀୟ ଗୀତ ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତି ଉପରେ ଏବଂ ମଙ୍ଗଳବାର ଅପରାହ୍ଣ ୧୨ଟାରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯାଇଛି ।'

Lok Sabha

ବିଜନେସ୍ ଆଡଭାଇଜରୀ କାଉନସିଲର ବୈଠକରେ ସ୍ଥିର ହୋଇଛି 'ବନ୍ଦେ ମାତରମ୍' ଉପରେ ୧୦ ଘଣ୍ଟା ଆଲୋଚନା କରାଯିବ । ଏହି ଐତିହାସିକ ଆଲୋଚନାର ଆରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ଅନୁମାନ କରାଯାଉଛି ଯେ ଏହି ଆଲୋଚନାରେ ଜାତୀୟ ଗୀତର ଇତିହାସ, ମହତ୍ୱ ଓ ଆଧୁନିକ ଭାରତରେ ଏହାର ଭୂମିକାକୁ ସ୍ଥାନ ଦିଆଯିବ । ଡିସେମ୍ୱର ୯ରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ପାଇଁ ୧୦ ଘଣ୍ଟା ସମୟ ସ୍ଥିର କରାଯାଇଛି । ପୂରା ଚର୍ଚ୍ଚା ହେବା ପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଡିସେମ୍ୱର ୧୦ରେ ସରକାରଙ୍କ ପକ୍ଷରୁ ଉତ୍ତର ଦେବ ।

ସେପଟେ ସଂସଦର ଶୀତକାଳୀନ ଅଧିବେସନ ସମୟରେ ଲୋକସଭାରେ ଆସନ୍ତାକାଲିଠାରୁ ଗୃହ କାର୍ଯ୍ୟ ବିନା କୌଣସି ବ୍ୟାହତରେ ଚାଲିବା ଉପରେ ସହମତି ହୋଇଛି । ବାଚସ୍ପତି ଓମ୍ ବିର୍ଲାଙ୍କ ରୁମରେ ଫ୍ଲୋର୍ ଲିଡର୍ସଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୧ରୁ ଆରମ୍ଭ ହୋଇ ୧୯ ଯାଏଁ ଚାଲିବ । ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+