ପ୍ଲାକାର୍ଡ ଦେଖାଇ ଆମକୁ ନିଲମ୍ବନ କରନ୍ତୁ କହିଲେ ବିରୋଧୀ: ଲୋକସଭା ବାଚସ୍ପତି

ଦିଲ୍ଲୀ:ଲୋକସଭା ବାଚସ୍ପତି ଓମ ବିର୍ଲା ଗୁରୁବାର (ଡିସେମ୍ବର ୨୧) ଏକ ବଡ ଦାବି କରି କହିଛନ୍ତି ଯେ ମୋ ଆସାନ ନିକଟକୁ ଆସି ତିନିଜଣ କଂଗ୍ରେସ ସାଂସଦ ପ୍ଲାକାର୍ଡ ଦେଖାଇଥିଲେ ଏବଂ ଆମକୁ ନିଲମ୍ବନ କରନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ । ବାଚସ୍ପତି କହିଛନ୍ତି ଯେ ବିରୋଧୀଦଳ ଯୋଜନାବଦ୍ଧ ଭାବରେ ଆସିଛନ୍ତି ଆଉ କହୁଛନ୍ତି ଆମକୁ ନିଲମ୍ବନ କରାଯାଉ ।

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଗୃହରେ ପ୍ରଶ୍ନ ସମୟ ମଧ୍ୟାହ୍ନ ୧୨ ଟା ୧୨:୦୧ ମଧ୍ୟରେ ଶେଷ ହେବା ମାତ୍ରେ ବାଚସ୍ପତି କଂଗ୍ରେସର ଡି.କେ ସୁରେଶ, ଦୀପକ ବାଇଜ ଏବଂ ନାକୁଲ ନାଥଙ୍କ ନାମ ନେଇ କହିଛନ୍ତି ଯେ ଆପଣ ବାରମ୍ବାର ଗୃହର କାର୍ଯ୍ୟକୁ ବ୍ୟାଘାତ କରୁଛନ୍ତି । ବାଚସ୍ପତି ଆହୁରି କହିଛନ୍ତି କଂଗ୍ରେସ ସାଂସଦ ମାନେ ପ୍ଲାକାର୍ଡ ଦେଖାଉଛନ୍ତି, ସ୍ଲୋଗାନ ଦେଉଛନ୍ତି ଏବଂ କାଗଜପତ୍ର ଚିରି ଲୋକସଭା କର୍ମଚାରୀଙ୍କ ଉପରକୁ ଫିଙ୍ଗିଛନ୍ତି । ଏହା ଗୃହ ବିରୋଧରେ ଏଭଳି କାର୍ଯ୍ୟ ଶୋଭନୀୟ ନୁହେଁ ବୋଲି କହିଛନ୍ତି ବାଚସ୍ପତି ।

ସେ ସ୍ଲୋଗାନ ଦେଉଥିବା ବିରୋଧୀ ସାଂସଦ ମାନଙ୍କୁ କହିଛନ୍ତି, "ମୁଁ ବିନା କୌଣସି କାରଣରେ କୌଣସି ସାଂସଦଙ୍କୁ ନିଲମ୍ବନ କରିବାକୁ ଚାହେଁ ନାହିଁ । ଜନସାଧାରଣ ଆପଣଙ୍କୁ ମନୋନୀତ କରିଛନ୍ତି । ଏଠାରେ ଆଲୋଚନା କରିବା ଏବଂ ତୁମର ମତାମତ ପ୍ରକାଶ କରିବାର ଅଧିକାର ତୁମର ଅଛି । ଆପଣମାନେ ନିଜ ଆସନକୁ ଯାଆନ୍ତୁ ମୁଁ ଶୂନ କାଳରେ ମଧ୍ୟରେ ଆପଣଙ୍କ ମତାମତ ଉପସ୍ଥାପନ କରିବାକୁ ସୁଯୋଗ ଦେବି ବୋଲି କହିଛନ୍ତି ଲୋକସଭା ବାଚସ୍ପତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ଲୋକସଭା ସାଂସଦ ଶୀତ ଅଧିବେଶନରେ ଗୃହ କାର୍ଯ୍ୟ ସମୟରେ ହଟ୍ଟଗୋଳ କରିବା କାରଣରୁ ନିଲମ୍ବିତ ହୋଇଛନ୍ତି । ଉଭୟ ଗୃହରୁ ମୋଟ ୧୪୩ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସମସ୍ତ ସାଂସଦଙ୍କ ନିଲମ୍ବନ ପରେ ଲୋକସଭା ସଚିବାଳୟ ଏକ ଆଦେଶ ଜାରି କରି ନିଲମ୍ବିତ ସାଂସଦଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଦର୍ଶାଇଛନ୍ତି ।

om birla

ସଂସଦ ଚାମ୍ବର, ଲବି ଏବଂ ଗ୍ୟାଲେରୀରେ ସେମାନଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ କମିଟି ବେଂଠକରେ ଯୋଗଦେବା, ବିଜ୍ଞପ୍ତି ଉପସ୍ଥାପନ କରିବା ଏବଂ କମିଟି ନିର୍ବାଚନରେ ଭୋଟ୍ ଦେବାକୁ ବାରଣ କରାଯାଇଛି । ସଂସଦର ଶୀତ ଅଧିବେଶନ ଶୁକ୍ରବାର (୨୨ ଡିସେମ୍ବର) ରେ ଶେଷ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+