କାଲିଠୁ ଲୋକସଭା ଅଧିବେଶନ, ଆରମ୍ଭରୁ ଶାସକ ବିରୋଧୀ ମୁହାଁମୁହିଁ ହେବାର ସମ୍ଭାବନା

୧୮ତମ ଲୋକସଭାର ପ୍ରାରମ୍ଭିକ ସଂସଦ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହେବାକୁ ଯାଉଛି। ଏହା ସହିତ ସଂସଦର ଦୁଇ ଗୃହରେ ଶାସକ ଏବଂ ବି‌ରୋଧୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଆରମ୍ଭରୁ ସଂସଦ ଅଚଳ ହେବାର ସମ୍ଭାବନା ରହିଛି। ଏହି ଅଧିବେଶନରେ ଗୋଟିଏ ପଟେ ସରକାରଙ୍କ ପ୍ରାଥମିକତା ହେଉଛି ନୂତନ ଲୋକସଭା ବାଚସ୍ପତି ନିର୍ବାଚନ, ସଦସ୍ୟଙ୍କ ଶପଥ ଗ୍ରହଣ, ରାଷ୍ଟ୍ରପତିଙ୍କ ଉଭୟ ସଂସଦକୁ ମିଳିତ ସମ୍ବୋଧନ ଏବଂ ଏହା ଉପରେ ଧନ୍ୟବାଦ ଆଲୋଚନା।

Lok Sabha session

ଅନ୍ୟପକ୍ଷରେ, ବିରୋଧୀ ନିଜର କଡ଼ା ଆଭିମୁଖ୍ୟ ନେଇ ଲକ୍ଷ୍ୟ ସ୍ପଷ୍ଟ କରିବା ଆରମ୍ଭ କରିଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗରେ ସରକାରଙ୍କ ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ବିରୋଧୀ ପକ୍ଷରୁ କୁହାଯାଇଛି। ଏଥର ନିମ୍ନ ଗୃହ ଲୋସଭାରେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ମଧ୍ୟ ସଶକ୍ତ ହୋଇଛନ୍ତି। ଗୃହରେ ଶାସକ ଏନଡିଏର ଶକ୍ତି ୨୯୩ ଥିବାବେଳେ ବିରୋଧୀ ଶିବିରର ଶକ୍ତି ୨୩୨ ରହିଛି। ଏଭଳି ପରିସ୍ଥିତିରେ, ସାଂଖ୍ୟିକ ଶକ୍ତି ଦୃଷ୍ଟିରୁ ବିରୋଧୀ ଏଥର ସରକାରଙ୍କୁ ସମସ୍ୟାରେ ପକାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତିଙ୍କ ନିଯୁକ୍ତି ସହିତ ଅଧିବେଶନରେ ବିବାଦ ଆରମ୍ଭ ହୋଇ ସାରିଛି। ଗୃହରେ ସବୁଠାରୁ ବଡ ପ୍ରସଙ୍ଗ ଭାବେ ଏନଇଇଟି ପରୀକ୍ଷା ଅନିୟମିତତା ମୁଣ୍ଡ ଟେକିଛି। କଂଗ୍ରେସ ଏହା ସ୍ପଷ୍ଟ କରିସାରିଛି ଯେ ଦଳ ଏହି ପ୍ରସଙ୍ଗକୁ ଜୋରଦାର କରିବ। ଦଳର ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଛନ୍ତି ଏବଂ ସେମାନଙ୍କୁ ଏହି ପ୍ରସଙ୍ଗରେ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କଂଗ୍ରେସ ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରୁଛି।

ଅନ୍ୟପକ୍ଷରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନୋଟି ଅପରାଧିକ ଆଇନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ଶୀଘ୍ର ପାରିତ ହୋଇଥିବା ତିନୋଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ ନିବେଦନ କରିଛନ୍ତି। ଏହି ତିନୋଟି ନିୟମ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଆଇନର ଏକ ନୂତନ ସଂସଦୀୟ ସମୀକ୍ଷା କରିବାକୁ ମମତା କହିଛନ୍ତି। ଏହା ବ୍ୟତୀତ ଦେଶରେ ପେପର ଲିକ୍ ମାମଲା, ମଣିପୁରର ସଦ୍ୟତମ ପରିସ୍ଥିତି, ରେଳ ଦୁର୍ଘଟଣା, ଗୁଜୁରାଟର ରାଜକୋଟରେ ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ ଭଳି ପ୍ରସଙ୍ଗ ଉପରେ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରୁଛନ୍ତି।

ଏହି ଅଧିବେଶନରେ ପ୍ରୋଟେମ୍ ବାଚସ୍ପତି ୨୪ ଓ ୨୫ ଜୁନ୍‌ରେ ଲୋକସଭାର ସମସ୍ତ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ଲୋକସଭା ବାଚସ୍ପତିଙ୍କ ନିର୍ବାଚନ ୨୬ ଜୁନ୍‌ରେ ଅନୁଷ୍ଠିତ ହେବ। ଏଥର ଲୋକସଭାକୁ ବାଚସ୍ପତିଙ୍କ ସହ ଉପବାଚସ୍ପତି ମଧ୍ୟ ମିଳିବ। ୧୭ ତମ ଲୋକସଭାରେ କୌଣସି ଉପବାଚସ୍ପତି ନଥିଲେ। ଆଲୋଚନା ହେଉଛି ଯେ ଏଥର ବିରୋଧୀ ଏହି ପଦ ପାଇପାରନ୍ତି।

ଜୁନ୍ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଭାବେ ଉଭୟ ଗୃହକୁ ସମ୍ବୋଧିତ କରିବେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୧୦ ବର୍ଷର ସଫଳତା ବିଷୟରେ ଉଲ୍ଲେଖ କରିବା ସହିତ ଆସନ୍ତା ପାଞ୍ଚ ବର୍ଷ ପାଇଁ ସରକାରଙ୍କ ପ୍ରାଥମିକତା ବିଷୟରେ ସୂଚନା ପ୍ରଦାନ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+