ଅଜିତଙ୍କ ବଡ଼ ବୟାନ, କହିଲେ ବିଜେପି ସହ କଥା ହେବାକୁ ଶରଦ ପାୱାର କହିଥିଲେ...
ଦେଶରେ ଏବେ ନିର୍ବାଚନୀ ମାହୋଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶରିଥିବା ବେଳେ ବାକିଥିବା ନିର୍ବାଚନ ଗୁଡ଼ିକ ଲାଗି ଜୋରଦାର ପ୍ରସ୍ତୁତ ଚଳାଇଛନ୍ତି ସବୁ ରାଜନୈତିକ ଦଳ । ଆଉ ଏଭଳି ସମୟରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାର ବଡ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଅଜିତ ପାୱାର କହିଛନ୍ତି,ବିଜେପି ସହ କଥା ହେବାକୁ ପ୍ରଫୁଲ୍ଲ ପଟେଲ, ଜୟନ୍ତ ପାଟିଲ ଏବଂ ମୋତେ ଶରଦ ପାୱାର ହିଁ କହିଥିଲେ ।

ଉକ୍ତ ଚିଠି ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ପ୍ରସ୍ତୁତ ଅଛି । ଅଜିତ କହିଛନ୍ତି, ଏହା ପାୱାର ବନାମ ପାୱାର ଲଢେଇ ନୁହେଁ । ବରଂ ମୋଦୀ ବନାମ ରାହୁଲ ଲଢେଇ । ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏଥିପାଇଁ ଆମେ ଭୋଟ ମାଗୁଛୁ । କିନ୍ତୁ ମିଡ଼ିଆ ଆମ ପରିବାରର ଲଢେଇକୁ ଦେଖାଉଛି । ବାସ୍ତବରେ ସେମିତି କିଛି ମଧ୍ୟ ନାହିଁ । ଇଡି ଦ୍ୱାରା ଭୟଭୀତ କରି ମୋତେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରାଗଲା ବୋଲି ଯେଉଁ ଅଭିଯୋଗ ଆସୁଛି ତାହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅଜିତ୍ ।












Click it and Unblock the Notifications