ଦିନ ୩ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ଭୋଟ , ଜାଣନ୍ତୁ.....
ନୂଆଦିଲ୍ଲୀ: ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଆଜି ୧୩ଟି ରାଜ୍ୟର ୮୮ଟି ଲୋକସଭା ଆସନ ପାଇଁ ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ ମତଦାନ ଗହଣ ହେଉଛି । ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟିଏ, କେରଳର ୨୦, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ହେଉଛି ମତଦାନ ।

ଆଉ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଛି । ଏହି ସମୟ ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୬୮.୯ ପ୍ରତିଶତ ମତଦାନ ହୋଇଛି । ସେହିପରି ଆସାମ-୬୦.୩୨%, ବିହାର ୪୪.୨୪%, ଛତିଶଗଡ଼-୬୩.୯୨%, ଜମ୍ମୁକାଶ୍ମୀର-୫୭.୭୬%, କର୍ଣ୍ଣାଟକ-୫୦.୯୩%, କେରଳ-୫୧.୬୪%, ମଧ୍ୟପ୍ରଦେଶ-୪୬.୫୦%, ମହାରାଷ୍ଟ୍ର-୪୩,୦୧%, ମଣିପୁର ୬୮.୪୮%, ରାଜସ୍ଥାନ-୫୦.୨୭%, ତ୍ରୀପୁର-୬୮.୯୨%, ଉିତିର ପ୍ରଦେଶ- ୪୪.୧୩%, ପଶ୍ଚିମବଙ୍ଗ-୬୦.୬୦% ଭୋଟ ଗ୍ରହଣ ହୋଇଛି












Click it and Unblock the Notifications