ମାର୍ଚ୍ଚ ୧୪ କିମ୍ବା ୧୫ରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ, ୭ଟି ପର୍ଯ୍ୟାୟରେ ମତଦାନ ହେବା ସମ୍ଭାବନା

Lok Sabha Election 2024: ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଭାରତର ନିର୍ବାଚନ ଆୟୋଗ । ମାର୍ଚ୍ଚ ୧୪ କିମ୍ବା ୧୫ରେ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ଆୟୋଗ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ୨୦୧୯ ପରି ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ମାର୍ଚ୍ଚ ୧୪ କିମ୍ବା ୧୫ରୁ ଲୋକସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ ।

Lok Sabha Election 2024


ଲୋକସଭା ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ନିର୍ବାଚନ ଆୟୋଗ ମାର୍ଚ୍ଚ ୫ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବାକୁ ଯାଉଛି । ହେଲେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ 96.88 କୋଟି ଲୋକ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ଯୋଗ୍ୟ । ଅତିରିକ୍ତ ଭାବେ 18-19 ବର୍ଷ ବୟସ ମଧ୍ୟରେ 1.85 କୋଟି ଲୋକ ଭୋଟ୍ ଦେବାପାଇଁ ପଞ୍ଜିକରଣ କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେ' ପୂର୍ବରୁ ହେବାକୁ ଥିବା ଲୋକସଭା ନିର୍ବାଚନର ମୁକ୍ତ ଏବଂ ନିରପେକ୍ଷ ଆଚରଣ ପାଇଁ ନିର୍ବାଚନ ଆୟୋଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ବ୍ୟବହାର କରିପାରିବ । ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଭୁଲ ତଥ୍ୟକୁ ଚିହ୍ନଟ ଏବଂ ଡିଲିଟ କରିବା ପାଇଁ ECI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+