ମହିଳା ସଂରକ୍ଷଣ ବିଲ୍ ପାରିତ: ଜାଣନ୍ତୁ କ'ଣ ସବୁ ହେବ ପରିବର୍ତ୍ତନ
Women Reservation Bill: ନୂତନ ସଂସଦ ଗୃହରେ ଲୋକସଭାରେ 'ମହିଳା ସଂରକ୍ଷଣ ବିଲ୍' ପାରିତ ହୋଇଛି । ଲୋକସଭାରେ ମହିଳାଙ୍କ ପାଇଁ 33% ସିଟ୍ ସଂରକ୍ଷିତ ରହିବ । ଆପଣଙ୍କୁ କହି ରଖୁଛୁ, ଏହି ଆଇନ ଲୋକସଭା ଓ ରାଜ୍ୟସଭାର ଉଭୟ ଗୃହ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ହିଁ ଲାଗୁ ହେବ ।
ଏହା ପାରିତ ହେବା ମାତ୍ରେ ଲୋକସଭା ତଥା ରାଜ୍ୟ ବିଧାନସଭାରେ 33 ପ୍ରତିଶତ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ 454 ଭୋଟ୍ ପଡ଼ିଛି । ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଲୋକସଭାରେ ଏହି ବିଲ୍ ପାରିତ ହୋଇଛି । ଏହା ବିରୋଧରେ କେବଳ 2 ଟି ଭୋଟ୍ ମିଳିଛି ।

ମହିଳା ସଂରକ୍ଷଣ ଆଇନରେ ପରିଣତ ହେଲେ ଏହି ସବୁ ପରିବର୍ତ୍ତନ ହେବ
1- ଲୋକସଭା ତଥା ରାଜ୍ୟ ବିଧାନସଭାରେ 33 ପ୍ରତିଶତ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ
2- ସମ୍ବିଧାନର ଧାରା 239 Aର ସଂଶୋଧନ ହେବା ସହ ଦିଲ୍ଲୀ ବିଧାନସଭାରେ ମହିଳା ସଂରକ୍ଷଣ ମିଳିବ ।
3- ସମସ୍ତ ରାଜ୍ୟଗୁଡ଼ିକର ବିଧାନସଭାରେ 33 ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ ।
4- ତେବେ ଆଗାମୀ 15 ବର୍ଷ ପାଇଁ ଏହି ନିୟମ ଲାଗୁ ରହିବ ।












Click it and Unblock the Notifications