ଲୋକସଭା ନିର୍ବାଚନ: ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାଚ୍ଚର୍ନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Narendra Modi

ପ୍ରଧାନମନ୍ତ୍ରୀଙ୍କ ବ୍ୟାପକ କାର୍ଯ୍ୟକ୍ରମ ରହିଛି। ୯ଟା ବେଳେ ଗଙ୍ଗାରେ ସ୍ନାନ କରି , ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ୧୧ଟା ୪୦ରେ ନାମାଙ୍କନ ଭରିବା ନେଇ ସୂଚନା ରହିଛି। ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ସମୟରେ ଉପସ୍ଥିତ ରହିବେ। ୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀ ଙ୍କ ସମେତ ୩୬ ଭିଆଇପି ମଧ୍ୟ ଉପସ୍ଥିତ ରହିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବା ନେଇ ସୂଚନା ରହିଛି।

ନାମାଙ୍କନ ଦାଖଲ କରିବା ପରେ ରୁଦ୍ରାକ୍ଷ କନଭେନସନ୍ ସେଣ୍ଟର ହଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ସୋମବାର ନରେନ୍ଦ୍ର ମୋଦୀ ବାରଣାସୀରେ ବିରାଟ ରୋଡ୍ ଶୋ କରିଥିଲେ। ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରଣାସୀରେ ଭୋଟ୍ ପଡିବ ।

ଗତକାଲି ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ' ଦେଖିବାକୁ ମିଳିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କ ସହ ମିଶି ୬ କିଲୋମିଟରର ରୋଡ ସୋ' କରିଥିଲେ ମୋଦୀ । ପ୍ରାୟ ଅଢେଇ ଘଂଟାର ରୋଡ ସୋ' ପରେ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ୩ ଲକ୍ଷ ୩୭ ହଜାରରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ । ୨୦୧୯ରେ ମୋଦୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିର ସାଲିନି ଯାଦବଙ୍କୁ ୪ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+