ଜାଣନ୍ତୁ ଦିନ ୩ଟା ସୁଦ୍ଧା କେଉଁଠି ହୋଇଛି କେତେ ପ୍ରତିଶତ ମତଦାନ

Lok Sabha Election 2024: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 21ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ 102 ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି । ଏଥି ମଧ୍ୟରୁ ଏପରି 10ଟି ରାଜ୍ୟ ଅଛି ଯେଉଁଠି ଲୋକସଭା ନିର୍ବାଚନ ଶେଷ ହେଉଛି । ମଣିପୁର, ମିଜୋରାମ, ମେଘାଳୟ, ତ୍ରିପୁରା, ସିକ୍କିମ ଏବଂ ନାଗାଲାଣ୍ଡରେ ମତଦାନ ଅନୁଷ୍ଠିତ ହେଉଛି ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ 1 ଟା ପର୍ଯ୍ୟନ୍ତ ସର୍ବନିମ୍ନ ଭୋଟ୍ ମେଘାଳୟରେ ହୋଇଥିଲା, ଯେଉଁଠାରେ 48.91 ପ୍ରତିଶତ ମତଦାନ ହୋଇଥିଲା ହୋଇଥିବା ବେଳେ ମଣିପୁରରେ 46.92 ପ୍ରତିଶତ ଭୋଟିଂ ହୋଇଥିଲା ।

Lok Sabha Election 2024

ସେହିପରି ଦିନ ୩ଟା ସୁଦ୍ଧା ପଶ୍ଚିମବଙ୍ଗରେ 66.34%, ତିପୁରାରେ 68.35%, ଜାମ୍ମୁ କାଶ୍ମୀରରେ 57.09%, ମଧ୍ୟପ୍ରଦେଶ 53.40%, ଛତିଶଗଡ 58.14%, ମହାରାଷ୍ଟ୍ର 44.12%, ତାମିଲନାଡୁ 51.01%, ଉତ୍ତରପ୍ରଦେଶ 47.04%, ଉତ୍ତରପ୍ରଦେଶ 45.62% ମତଦାନ ହୋଇଥି ନେଇ ସୂଚନା ପ୍ରକାଶ ପାଇଛି ।

ସେହିପରି ଦିନ 1ଟା ସୁ୍ଦ୍ଧା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ 35.70 ପ୍ରତିଶତ, ଅରୁଣାଚଳ ପ୍ରଦେଶ 37.39 ପ୍ରତିଶତ, ଆସାମରେ 45.12 ପ୍ରତିଶତ, ବିହାରରେ 32.41 ପ୍ରତିଶତ, ଛତିଶଗଡ - 42.57 ପ୍ରତିଶତ, ଜାମ୍ମୁ କାଶ୍ମୀର - 43.11 ପ୍ରତିଶତ, ମହାରାଷ୍ଟ୍ର - 32.36 ପ୍ରତିଶତ ଏବଂ ମଧ୍ୟପ୍ରଦେଶ 44.43। ମିଜୋରାମ - 39.71 ପ୍ରତିଶତ, ନାଗାଲାଣ୍ଡ - 43.62 ପ୍ରତିଶତ, ପୁଡୁଚେରୀ - 44.95 ପ୍ରତିଶତ, ରାଜସ୍ଥାନ - 33.73 ପ୍ରତିଶତ, ସିକ୍କିମ - 36.82 ପ୍ରତିଶତ, ତାମିଲନାଡୁ - 39.51 ପ୍ରତିଶତ, ତ୍ରିପୁରା - 53.04 ପ୍ରତିଶତ, ଉତ୍ତରପ୍ରଦେଶ - 36.96 ପ୍ରତିଶତ, ଉତ୍ତରପ୍ରଦେଶ 37.33 ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ରହିଛି ।

ଅନ୍ୟପକ୍ଷରେ ମଣିପୁର ପୋଲିଂ ବୁଥରେ ଉତ୍ତେଜନା ପରେ ମଣିପୁରର 5ଟି ବୁଥରେ ମତଦାନ ବନ୍ଦ ହୋଇଛି । ସେହିପରି ପଶ୍ଚମବଙ୍ଗର ମଧ୍ୟ ନିର୍ବାଚନୀ ହିଂସା ଦେଖିବା ପାଇଁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+