ଲୋକସଭା ନିର୍ବାଚନ 2024: ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ; ସକାଳ ୭ ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟିଂ, ୧୦୨ ଆସନରେ ମତଦାନ

ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ ଟା ଯାଏଁ ଚାଲିବ । ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ଚାଲିଛି ।

ଏହି ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ସର୍ବାନନ୍ଦ ସୋନୋଓ୍ବାଲ, ଭୂପେନ୍ଦ୍ର ଯାଦବ, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌, କଂଗ୍ରେସର ଗୌରବ ଗୋଗୋଇ, ଡିଏମ୍‌କେର କାନିମୋଝି ଏବଂ ଭାଜପାର କେ.ଆନ୍ନାମଲାଇ।
ଲୋକ ସଭା ନିର୍ବାଚନ ସହ ଶୁକ୍ରବାର ଅରୁଣାଚଳପ୍ରଦେଶ ବିଧାନସଭାର ୬୦ ଆସନ ଏବଂ ସିକିମ୍‌ର ୩୨ ବିଧାନସଭା ଆସନ ପାଇଁ ଏକସଙ୍ଗେ ମତଦାନ ଚାଲିଛି ।

୧.୮୭ ଲକ୍ଷ ଭୋଟଦାନ କେନ୍ଦ୍ରରେ ୧୮ ଲକ୍ଷ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ମୋଟ ୧୬.୬୩ କୋଟି ଭୋଟର ଏହିସବୁ ବୁଥ୍‌ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୮.୪ କୋଟି ପୁରୁଷ ହୋଇଥିବାବେଳେ ୮.୨୩ କୋଟି ମହିଳା ଭୋଟର ଏବଂ ୧୧,୩୭୧ ତୃତୀୟ ଲିଙ୍ଗ। ପ୍ରଥମ ପର୍ଯ୍ୟାୟରେ ୩୫.୬୭ ଲକ୍ଷ ନୂଆ ଭୋଟର ମତଦାନ କରିବାକୁ ଥିବାବେଳେ ୨୦ରୁ ୨୯ ବର୍ଷ ବୟସର ୩.୫୧ କୋଟି ଯୁବ ଭୋଟର ରହିଛନ୍ତି।

Lok Sabha Elections 2024

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୪୫୦ ଜଣ କୋଟିପତି ଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ ରିପୋର୍ଟରୁ ଜଣାପଡ଼ିଛି, ଯାହାକି ମୋଟ ପ୍ରାର୍ଥୀ ସଂଖ୍ୟାର ୨୮ ପ୍ରତିଶତ। ଭାଜପା ପ୍ରାର୍ଥୀଙ୍କ ମଧ୍ୟରୁ ୯୦ ପ୍ରତିଶତ (୬୯ ଜଣ) କୋଟିପତି ହୋଇଥିବାବେଳେ କଂଗ୍ରେସର ୮୮%(୪୯ ଜଣ), ଏଆଇଏଡିଏମ୍‌କେର ୯୭% (୩୫ ଜଣ), ଏବଂ ଡିଏମ୍‌କେର ୯୬% (୨୧ ଜଣ) ପ୍ରାର୍ଥୀ କୋଟିପତି।

ଶୁକ୍ରବାର ତାମିଲନାଡୁର ସମସ୍ତ ୩୯ ଆସନରେ ମତଦାନ ହେବାକୁ ଥିବାବେଳେ ଉତ୍ତରାଖଣ୍ଡର ୫, ଅରୁଣାଚଳପ୍ରଦେଶର ୨, ମେଘାଳୟର ୨, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୧, ମିଜୋରାମର ୧, ନାଗାଲାଣ୍ଡର ୧, ପଣ୍ଡିଚେରୀର ୧, ସିକିମ୍‌ର ୧ ଏବଂ ଲାକ୍ଷାଦ୍ୱୀପର ୧ ଆସନରେ ଭୋଟଗ୍ରହଣ ହେବ। ଏହା ବ୍ୟତୀତ ରାଜସ୍ଥାନର ୧୨ ଆସନ, ଉତ୍ତରପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମର ୫, ମହାରାଷ୍ଟ୍ରର ୫, ବିହାରର ୪, ପଶ୍ଚିମବଙ୍ଗର ୩, ମଣିପୁରର ୨ ଏବଂ ତ୍ରିପୁରା, ଜମ୍ମୁ-କଶ୍ମୀର ଏବଂ ଛତିଶଗଡ଼ର ଗୋଟିଏ ଲେଖାଏ ଆସନରେ ମତଦାନ କରାଯିବ। ଏହି ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+