ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟିଂ, ସକାଳ ୯ଟା ପର୍ଯ୍ୟନ୍ତ ୧୦.୮୨% ମତଦାନ
Lok Sabha Election 2024: ଆଜି ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । ସେହିପରି ଓଡ଼ିଶାରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ । ଷଷ୍ଠ ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ମତଦାନ ଜାରି ରହିଛି । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର୍। ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଜାରି ରହିବ ।
ଷଷ୍ଠ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ହର୍ଷବର୍ଦ୍ଧନ, ମାନେକା ଗାନ୍ଧି, ନରେନ୍ଦ୍ର ସିଂହ ତୋମାର, କ୍ରିଷନ୍ ପାଲ୍ ଗୁର୍ଜର୍ ଏବଂ ରାଓ ଇନ୍ଦର୍ଜିତ୍ ସିଂ।

ଷଷ୍ଠ ପର୍ଯ୍ୟାୟରେ ସକାଳ ୯ ସୁଦ୍ଧା ୧୦.୮୨ ପ୍ରତିଶତ ମତଦାନ ହୋଇଛି । ବିହାରରେ ୯.୬୬%, ହରିୟାଣାରେ ୮.୩୧%, ଜାମ୍ମୁ କାଶ୍ମୀରରେ ୯.୮୯%, ଝାଡଖଣ୍ଡରେ ୧୧.୭୪%, ଦିଲ୍ଲୀରେ ୮.୯୪%, ଓଡ଼ିଶାରେ ୭.୪୩%, ଉତ୍ତରପ୍ରଦେଶରେ ୧୨.୩୩% ଏବଂ ପଶ୍ଚିମବଙ୍ଗରେ ୧୬.୫୪% ମତଦାନ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications