Get Updates
Get notified of breaking news, exclusive insights, and must-see stories!

Lok Sabha Elections 2024 Exit Polls: ଜାଣନ୍ତୁ କେଉଁ ରାଜ୍ୟରୁ କେତେ ଆସନ ପାଇବ ବିଜେପି, ବିରୋଧୀଙ୍କୁ ଝଟକା

ନିର୍ବାଚନ ସରିବା ସହ ଆସି ଯାଇଛି ଏକଜିଟ ପୋଲ ରେଜଲ୍ଟ। ଜାତୀୟସ୍ତରର ଗଣମାଧ୍ୟମ କରିଥିବା ସର୍ଭେ କହୁଛି ଯେ ବିଜେପି କେନ୍ଦ୍ରରେ ହ୍ୟାଟ୍ରିକ ମାରିବାକୁ ଯାଉଛି। ସେହିପରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକୁ କ୍ଷମତାକୁ ଆସିବା ପାଇଁ ଆହୁରି ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

Lok Sabha Elections 2024 Exit Polls

ଅଧିକାଂଶ ଏକ୍ସଜିଟ ପୋଲରୁ ସ୍ପଷ୍ଟ ହୋଇଛି ଯେ ବିଜେପି ୨୦୧୯ ଭଳି ୨୦୨୪ରେ ମଧ୍ୟ ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଛତିଶଗଡ଼, ହରିଆଣା ଓ ଦିଲ୍ଲୀର ସମସ୍ତ ଲୋକସଭା ଆସନ ଜିତିବ।

ସେହିପରି କେରଳ ଓ ତାମିଲନାଡୁ ଭଳି ରାଜ୍ୟରେ ଦଳ ଏଥର ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହେବ। କାରଣ କେରଳ ଓ ତାମିଲନାଡୁରେ ବିଜେପି ଖାତା ଖୋଲିବାକୁ ପୂର୍ବରୁ ସକ୍ଷମ ହୋଇ ନଥିଲା। କିନ୍ତୁ ୨୦୨୪ରେ ସ୍ଥିତି ବଦଳିବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଛି।

Axis My India ପକ୍ଷରୁ ରାଜ୍ୟୱାରୀ ବିଜେପି ଓ ଅନ୍ୟ ଦଳଗୁଡ଼ିକ କେତୋଟି ଲେଖାଏ ଆସନ ଜିତିବେ, ତା'ର ଆକଳନ କରାଯାଇଛି।

ସଂସ୍ଥା କହିଛି ଯେ ହରିଆଣାର ୧୦ଟି ଲୋକସଭା ଆସନରୁ ବିଜେପି ୬ରୁ ୮ଟି ଜିତିବାକୁ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨ରୁ ୪ଟି ଓ ଅନ୍ୟାନ୍ୟ ଦଳ ଖାତା ଖୋଲିବାକୁ ସକ୍ଷମ ହେବେ ନାହିଁ।

ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନରୁ ଏନଡିଏ ସମସ୍ତ ୪ଟି ଯାକ ଆସନରେ ବାଜିମାତ କରିବ।

ଉତ୍ତରାଖଣ୍ଡର ସମସ୍ତ ୫ଟି ଆସନ ବିଜେପି ଖାତାକୁ ଯିବ।

ଆସାମର ୧୪ଟି ଲୋକସଭା ଆସନରୁ କଂଗ୍ରେସକୁ ୨ରୁ ୪ଟି, ବିଜେପିକୁ ୯ରୁ ୧୧ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।

ପଞ୍ଜାବର ୧୩ଟି ଲୋକସଭା ଆସନରୁ ଏନଡିଏ ୨ରୁ ୪, ଆପ ୦ରୁ ୨, କଂଗ୍ରେସ ୭ରୁ ୯, ଅକାଳୀ ୨ରୁ ୩ ଓ ଅନ୍ୟାନ୍ୟ ଦଳ ଶୂନରୁ ଗୋଟିଏ ଆସନ ଜିତିବେ।

ଦେଶର ରାଜଧାନୀ ଦିଲ୍ଲୀରେ ଆପ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ବିଜେପି ଏଠାରେ ୬ରୁ ୭ଟି ଓ ଇଣ୍ଡିଆ ମେଣ୍ଟ ଶୂନରୁ ୧ ଆସନ ଜିତିପାରେ।

ଗୋଆର ୨ଟି ଲୋକସଭା ଆସନରୁ କଂଗ୍ରେସ ୧ ଓ ବିଜେପି ୧ ଆସନ ଜିତିପାରେ।

ରାଜସ୍ଥାନର ୨୫ଟି ଲୋକସଭା ଆସନରୁ ଏନଡିଏ ୧୬ରୁ ୧୯, ଇଣ୍ଡିଆ ୫ରୁ ୭ ଓ ଅନ୍ୟାନ୍ୟ ଦଳ ୧ରୁ ୨ଟି ଆସନ ଜିତିପାରନ୍ତି।

ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ଏନଡିଏ ୨୮ରୁ ୨୯ଟି, ଇଣ୍ଡିଆ ୦-୧ ଓ ଅନ୍ୟାନ୍ୟ ଦଳ ଖାତା ଖୋଲିବେ ନାହିଁ।

ଗୁଜରାଟର ୨୬ଟି ଲୋକସଭା ଆସନରୁ ଏନଡିଏ ୨୫ରୁ ୨୬ ଓ ଇଣ୍ଡିଆ ମେଣ୍ଟ ଶୂନରୁ ୧ ଆସନ ଜିତିବେ।

ଛତିଶଗଡ଼ର ୧୧ଟି ଲୋକସଭା ଆସନରୁ ଏନଡିଏ ୧୦-୧୧, ଇଣ୍ଡିଆ ୦ରୁ ୧ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।

ଝାରଖଣ୍ଡର ୧୪ଟି ଲୋକସଭା ଆସନରୁ ଏନଡିଏ ୮-୧, ଇଣ୍ଡିଆ ୪ରୁ ୬ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।

ବିହାରର ୪୦ଟି ଲୋକସଭା ଆସନରୁ ଏନଡିଏ ୨୯-୩୩, ଇଣ୍ଡିଆ ୭ରୁ ୧୦ ଓ ଅନ୍ୟାନ୍ୟ ଦଳ ୦ରୁ ୨ଟି ଆସନ ଜିତି ପାରନ୍ତି।

କେରଳ ୨୦ଟି ଲୋକସଭା ଆସନରୁ ଏନଡିଏ ୨ରୁ୩ଟି, ୟୁଡିଏଫ ୧୭ରୁ ୧୮ଟି ଓ ଏଲଡିଏଫ ୦-୧ଟି ଆସନ ଜିତିପାରେ।

କର୍ଣ୍ଣାଟକାର ୨୮ଟି ଲୋକସଭା ଆସନରୁ ଏନଡିଏ ୨୩ରୁ ୨୫, ଇଣ୍ଡିଆ ୩ରୁ ୫ ଓ ଅନ୍ୟାନ୍ୟ ଦଳ ଖାତା ଖୋଲି ପାରିବେ ନାହିଁ।

ତାମିଲନାଡୁର ୩୯ଟି ଲୋକସଭା ଆସନରୁ ଏନଡିଏ ୨ରୁ ୪ଟି, ଇଣ୍ଡିଆ ୩୩ରୁ ୩୭ ଓ ଏଆଇଏଡିଏମକେ ୦-୨ଟି ଆସନ ଜିତି ପାରନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+