Lok Sabha Elections 2024: ୪୬ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ, ରାଜଗଡ଼ରୁ ଠିଆ ହେବେ ଦିଗବିଜୟ
ଶନିବାର ବିଳମ୍ବିତ ରାତିରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି କଂଗ୍ରେସ । ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୬ ଜଣଙ୍କ ନାଁ ରହିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ରାଜଗଡ଼ରୁ ଠିଆ ହେବେ।
କଂଗ୍ରେସ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନ ଥିବା ବେଳେ କଂଗ୍ରେସ ୧୭ଟିରେ ଲଢ଼ିବ। ସମାଜବାଦୀ ପାର୍ଟି ସହିତ ହୋଇଥିବା ଆସନ ଭାଗବଣ୍ଟାରେ କଂଗ୍ରେସ ୧୭ଟି ଆସନ ପାଇଛି। ଏହି ୧୭ଟି ରୁଦଳ ଗତକାଲି ୯ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି।
कांग्रेस अध्यक्ष श्री @kharge की अध्यक्षता में आयोजित 'केंद्रीय चुनाव समिति' की बैठक में लोकसभा चुनाव, 2024 के लिए 46 सीटों पर कांग्रेस उम्मीदवारों के नाम की चौथी लिस्ट। pic.twitter.com/JnroTFK21c
— Congress (@INCIndia) March 23, 2024
ତେବେ ଦଳ ଏବେ ବି ଅମେଠି ଓ ରାଏ ବରେଲୀ ଆସନକୁ ନେଇ ସସପେନ୍ସ ଜାରି ରଖିଛି । ଅମେଠି କଂଗ୍ରେସର ଗଡ଼ । ତେବେ ୨୦୧୯ରେ ଅମେଠିରୁ ରାହୁଲ ଗାନ୍ଧି ହାରି ଯାଇଥିଲେ। ରାହୁଲ ଗାନ୍ଧୀ ପୁଣି ଏହି ଆସନରୁ ଲଢ଼ିପାରନ୍ତି । ରାଏ ବରେଲୀ ଆସରୁ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଏହି ଆସନରୁ ତାଙ୍କ ମା' ସୋନିଆ ଗାନ୍ଧି ଜିତି ଆସୁଥିବା ବେଳେ ଏଥର ସେ ଆଉ ପ୍ରାର୍ଥୀ ହେବେ ନାହିଁ । ସେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।

ଚତୁର୍ଥ ପର୍ଯ୍ୟାୟରେ କଂଗ୍ରେସ ୪୬ଟି ଆସନ ପାଇଁ ଟିକେଟ ଘୋଷଣା କରିଥିବା ବେଳେ ଏଥିରେ ୪୫ ଜଣ ଦଳୀୟ ନେତାଙ୍କ ନାଁ ରହିଛି। ରାଜସ୍ଥାନର ନାଗୌର ଆସନକୁ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (RLP) ପାଇଁ ଛାଡ଼ିଛି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏଯାବତ ୪ଟି ପର୍ଯ୍ୟାୟରେ ୧୮୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ।
କାର୍ତ୍ତି ପି ଚିଦାମ୍ବରମଙ୍କୁ ତାମିଲନାଡୁର ଶିବଗଙ୍ଗା ଆସନରୁ ପ୍ରାର୍ଥୀ କରିଛି ଦଳ। ସେ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ। ଦାନିଶ ଅଲୀଙ୍କୁ ଉତ୍ତର ପ୍ରଦେଶର ଅମରୋହାରୁ ଟିକେଟ୍ ଦିଆଯାଇଛି। ସେହିପରି ଅଜୟ ରାୟଙ୍କୁ ଦଳ ପୁଣି ଥରେ ବାରାଣସୀ ଆସନରୁ ପ୍ରାର୍ଥୀ କରିଛି। ସେ ଏଠାରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢ଼ିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ କାନ୍ତିଲାଲ ଭୂରିଆଙ୍କୁ ମଧ୍ୟପ୍ରଦେଶର ରତଲାମ ଆସନରୁ ଟିକେଟ ଦିଆଯାଇଥିବା ବେଳେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପୁଅ ବୀରେନ୍ଦ୍ର ରାୱତଙ୍କୁ ହରିଦ୍ୱାରରୁ ଟିକେଟ ଦିଆଯାଇଛି।












Click it and Unblock the Notifications