ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଏସପି , ଜାଣନ୍ତୁ ଦଳ କାହାକୁ କେଉଁଠି କରିଛି ପ୍ରାର୍ଥୀ
ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ଶୁକ୍ରବାର ନଅଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳର ଚତୁର୍ଥ ତାଲିକାରେ ଦୁଇ ମୁସଲମାନ ଏବଂ ତିନି ବ୍ରାହ୍ମଣଙ୍କୁ ଟିକେଟ୍ ଦିଆଯାଇଛି । ଏଥି ସହିତ ଦଳ ଏହାର ପୂର୍ବତନ ରାଜ୍ୟ ସଭାପତି ଭୀମ ରାଜଭରଙ୍କୁ ଆଜମଗଡ ଆସନରୁ ମଥଦାନକୁ ଓହ୍ଲାଇଛି । ଯିଏକି ବିଜେପିର ଦୀନେଶ ଯାଦବ ନିରୁହୁ ଏବଂ ଏସପି ଧର୍ମେନ୍ଦ୍ର ଯାଦବଙ୍କ ସହ କରିବେ ପ୍ରତିଦ୍ୱନ୍ଦିତା ।
ସେହିଭଳି ଘୋସିରୁ ବାଲକ୍ରିଷ୍ଣା ଚୌହାନ, ଏଟା ମୋ. ଇରଫାନ, ଧୌରହରାରୁ ଶ୍ୟାମ କିଶୋର ଆୱସ୍ତି, ଫୌଜାବାଦରୁ ସଚ୍ଚିଦାନନ୍ଦ ପାଣ୍ଡେ, ବସ୍ତିରୁ ଦିନଶଙ୍କର ମିଶ୍ରା, ଗୋରଖପୁରରୁ ଜାଭେଦ ସିମନାନି, ଚନ୍ଦୌଲିରୁ ସତ୍ୟେନ୍ଦ୍ର କୁମାର ମୌର୍ଯ୍ୟ ଏବଂ ରୋବର୍ଟଗଞ୍ଜରୁ ଧନେଶ୍ୱର ଗୌତମ ପ୍ରାର୍ଥୀ ହୋଇଛନ୍ତି ।

ବିଏସପି ଏପର୍ଯ୍ୟନ୍ତ ୪୫ ଜଣ ପ୍ରାର୍ଥୀ ଘୋଷଣା କରିଛି । ୨୦୨୪ଲୋକ ସଭା ନିର୍ବାଚନରେ ବିଏସପି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି ।ସୂଚନାଯୋଗ୍ୟ ଯେ, ବିଏସପି ଏପର୍ଯ୍ୟନ୍ତ ୪୫ ଟି ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି, ସେଥିମଧ୍ୟରୁ ୧୧ ଜଣ ମୁସଲମାନ । ନଅ ବ୍ରାହ୍ମଣ, ତିନି ଓବିସି ଏବଂ ଜଣେ ଦଳିତ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ଦଳ ।












Click it and Unblock the Notifications