ଲୋକସଭା ନିର୍ବାଚନ 2024: ଏକାଠି ଲଢ଼ିବେ ବିଜେପି ଜେଡିଏସ୍
2024 lok sabha election: ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଏକ ବଡ଼ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ସେଠାରେ ବିଜେପି ଏବଂ ଜେଡିଏସ୍ ଆଗାମୀ ଲୋକସଭା ନିର୍ବାଚନ ମିଳିତ ଭାବେ ଲଢିବେ ବୋଲି ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଲେ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦ୍ଦୁରପ୍ପା ।
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପାଙ୍କ ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 4 ଟି ଲୋକସଭା ଆସନ ଛାଡିବାକୁ ରାଜି ହୋଇଛନ୍ତି। ତେବେ କେଉଁ ଚାରିଟି ଲୋକସଭା ଆସନ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

କର୍ଣ୍ଣାଟକରେ ବିଜେପି-ଜେଡିଏସ୍ ମିଳିତ ମଞ୍ଚ ଆଶ୍ଚର୍ଯ୍ୟଜନକ କାରଣ 2018 ବିଧାନସଭା ନିର୍ବାଚନ ପରେ ଜେଡିଏସ୍ ଏବଂ କଂଗ୍ରେସ ସେଠାରେ ସରକାର ଗଠନ କରିଥିଲେ। 2019 ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଏବଂ ଜେଡିଏସ୍ ମିଳିତ ଭାବେ ବିଜେପି ବିରୋଧରେ ଏକାଠି ନିର୍ବାଚନ ଲଢିଥିଲେ ।
ଅନ୍ୟପଟେ ୟେଦ୍ଦୁରପ୍ପାଙ୍କ ଏପରି ବୟାନ ଉପରେ ଜେଡିଏସ୍ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । କର୍ଣ୍ଣାଟକରେ ମୋଟ୍
୨୮ଟି ଲୋକସଭା ଆସନ ରହିଛି । ଗତ ଲୋକସଭା ନିର୍ବାଚନରେ ବିଜେପି ୨୫ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା ।
କଂଗ୍ରେସ ଗୋଟିଏ ଓ ଜେଡିଏସକୁ ଗୋଟିଏ ଆସନ ମିଳିଥିଲା । ତେବେ ଗତ ନିର୍ବାଚନରେ କଂଗ୍ରେସ ବାଜି ମାରଥିଲା ଏପରି ସ୍ଥିତିରେ
ଜେଡିଏସର ସହଯୋଗରେ ବିଜେପି କର୍ଣ୍ଣାଟକରେ ସରକାର ଗଠନ କରିପାରିବ ବୋଲି ଅନୁଭବ କରିଛି ।
ସୂଚନାନୁସାରେ, ଜେଡିଏସ୍ ମାଣ୍ତୟା, ହାସନ, ତୁମାକୁରୁ, ଚିକବଲ୍ଲାପୁର ଏବଂ ବାଙ୍ଗାଲୋର ଗ୍ରାମୀଣ ଆସନ ଦାବି କରୁଛି। ଯେଉଁଠି କୋଲାର, ହାସନ, ମାଣ୍ଡଆ ଏବଂ ବେଙ୍ଗାଲୁରୁ ଗ୍ରାମୀଣ ଆସନ ଛାଡିବାକୁ ବିଜେପି ରାଜି ହୋଇଛି। ମାଣ୍ଡିଆ ଆସନ ବର୍ତ୍ତମାନ ସ୍ୱାଧୀନ ସାଂସଦ ସୁମାଲତା ଅମ୍ବରିସ୍ ପାଖରେ ରହିଛି, ଯିଏକି 2019ରେ ବିଜେପିର ସମର୍ଥନରେ ଜିତିଥିଲେ।
ସୂଚନାଥାଉ ଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ରାଜ୍ୟର 224ଟି ଆସନ ମଧ୍ୟରୁ 135ଟି ଜିତି 42.88% ଭୋଟ୍ ମିଳିଥିଲା । ଯେଉଁଠାରେ ବିଜେପି ମାତ୍ର 66ଟି ଆସନ ଜିତି ମାତ୍ର 36% ମତଦାନ ପାଇଥିଲା । ସେହିପରି JDS କେବଳ 19 ଟି ଆସନ ହାତେଇଥିଲା ଏବଂ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସମସ୍ତ ଆସନରେ 13.3% ଭୋଟ୍ ପାଇଥିଲା । ପୂର୍ବ ଲୋକସଭା ନିର୍ବାଚନ ତୁଳନାରେ ବିଜେପିର ଭୋଟ୍ ଅଂଶରେ ବହୁତ ହ୍ରାସ ଘଟିଥିଲା।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications