ଲୋକସଭା ନିର୍ବାଚନ ୨୦୨୪: ନାମାଙ୍କନ ଦାଖଲ କଲେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ
ନାମାଙ୍କନ ଦାଖଲ କଲେ ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ । ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ଅପରାଜିତା ଷଡ଼ଙ୍ଗୀ ନାମାଙ୍କନ ଦାଖଲ କରିଥିବା ବେଳେ ବିଜେଡି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଜଣ ନାମାଙ୍କନ ଭରିଛନ୍ତି ।
ତେବେ ଆଜି ସକାଳୁ କର୍ମୀଙ୍କ ଗହଳି ଭିତରେ ଦୁଇ ଜଣ ନାମାଙ୍କନ ଭରିବାକୁ ବାହାରିଥିଲେ । ଶଗଡ ଗାଡିରେ ବସି ସେ ନାମାଙ୍କନ କରିବାକୁ ବାହାରିଥିଲେ । ସେହିପରି ଅପରାଜିତା ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅପରାଜିତା । ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ ।

ହାତରେ ଶଙ୍ଖ ଧରି ସେ ପ୍ରାର୍ଥିପତ୍ର ଭରିବାକୁ ବାହାରିଥିଲେ ମନ୍ମଥ । ଆଉ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଥିଲ୍ ଦୁଇ ହେଭିୱେଟ୍। ବିଜେପି ଅପରାଜିତାଙ୍କୁ ପୁଣି ପ୍ରାର୍ଥୀ କରି ଭୁବନେଶ୍ୱର ଲୋକ ସଭା ଆସନ ଅକ୍ତିଆର କରିବାକୁ ଚାହୁଁଛି। ସେପଟେ ତାଙ୍କୁ ଟକ୍କର ଦେବା ପାଇଁ ମନ୍ମଥ ମଇଦାନକୁ ଓହ୍ଲାଇଛନ୍ତି । କିନ୍ତୁ ସେ ରାଜନୀତିରେ ନୂଆ । ଗତ କିଛିବର୍ଷ ହେବ ସେ ଜଟଣୀ ନାଗରିକ କମିଟି ସଭାପତି ଭାବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲେ। ଅପରାଜିତାଙ୍କୁ ସେ କଡ୍ଡା ଟକ୍କର ଦେବେ ବୋଲି ଦଳ କହୁଥିବା ବେଳେ ତାଙ୍କୁ ନେଇ କର୍ମୀ, ନେତା ଉତ୍ସାହିତ ଅଛନ୍ତି । ଭୁବନେଶ୍ବରରେ କେତେବେଳେ ପାର୍କ ତ ଆଉ କେତେବେଳେ ବ୍ୟାୟାମାଶାଳାରେ କସରତ କରୁଥିବା ଦେଖିବାକୁ ମିଳୁଛି । ଧାର୍ମିକ ଅନୁଷ୍ଠାନ ବୁଲି ଦର୍ଶନ ସହ ଲୋକଙ୍କ ସହ ଯୋଡି ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପଟେ ଅପରାଜିତା ତାଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି ।
ଭୁବନେଶ୍ବରର ଓ୍ବାର୍ଡକୁ ୱାର୍ଡ ବୁଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି ଓ ଗତ ନିର୍ବାଚନରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଯୁବ ନେତା ୟାସିର ନୱାଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ସେ ରାଜଧାନୀରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ନେଇ ସ୍ବର ଉତ୍ତୋଳନ କରି ଆସିଛନ୍ତି। ପ୍ରାର୍ଥୀ ଘୋଷଣା ପରେ ମନ୍ମଥ ଓ ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ସେମାନେ ସରକାରୀ ଚାକିରି ଛାଡ଼ି ଆସିଛନ୍ତି। କିନ୍ତୁ ସେ ଛାତ୍ର ନେତା। ଛାତ୍ର ଜୀବନରୁ ଲଢି ଆସିଛି। ସେହିପରି ମନ୍ମଥ କୁହନ୍ତି, ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ନବୀନ ସରକାରଙ୍କ ଲୋକପ୍ରିୟତା, ଜନକଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି। ବିଜେଡି ଏକ ପ୍ରଗତିଶୀଳ ଦଳ। ବିପୁଳ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ମନ୍ମଥ। ଅପରପକ୍ଷେ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନା, ବିକଶିତ ଭାରତ ଗଠନ ପାଇଁ ଲୋକେ ଭାଜପାକୁ ଚାହଁୁଛନ୍ତି ଏବଂ ଗତ ନିର୍ବାଚନ ପରି ଚଳିତ ନିର୍ବାଚନରେ ତାଙ୍କୁ ବହୁମତ ମିଳିବ ବୋଲି କହୁଛନ୍ତି।












Click it and Unblock the Notifications