ଦିଲ୍ଲୀରେ ଭାଙ୍ଗିବ ଆପ୍‌-କଂଗ୍ରେସର ଗଠବନ୍ଧନ?

ନୂଆଦିଲ୍ଲୀ: କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିର ମିଳିତ ମଞ୍ଚ ଦିଲ୍ଲୀରେ ଭାଙ୍ଗିପାରେ । ଦିଲ୍ଲୀର ୭ ଟି ଲୋକସଭା ଆସନ ମଧ୍ୟରୁ ୬ ଟି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆପ୍ ନିଜେ ଇଚ୍ଛା ପ୍ରକାଶ କରିଛି । ଏଥିସହ କଂଗ୍ରେସକୁ ମାତ୍ର ଗୋଟିଏ ଆସନ ଦେବା ମୁଡ୍ ରେ ରହିଛି ଦଳ । ଆମ୍ ଆଦମୀ ପାର୍ଟିର ରାଜନୈତିକ ବ୍ୟାପାର କମିଟି (ପିଏସି) ର ବୈଠକ ପରେ ଆପ୍ ନେତା ସନ୍ଦୀପ ପାଠକ କହିଛନ୍ତି ଯେ ଦିଲ୍ଲୀରେ ଆମର ସରକାର ଅଛି ଏବଂ ମ୍ୟୁନିସିପାଲିଟି କର୍ପୋରେସନରେ ମଧ୍ୟ ଆମର ସରକାର ଅଛି । ଏବେ ଯଦି ଆମେ ସେହି ଅନୁସାରେ ଦେଖିବା, ତେବେ ଦିଲ୍ଲୀରେ ଆମର ୬ ଟି ଆସନକୁ କବ୍ଚା କରିବାରେ ସଫଳ ହେବୁ । ତେଣୁ ଆମେ ୬ଟି ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଛୁ ଏବଂ କଂଗ୍ରେସକୁ ୧ଟି ଆସନ ଦେବାକୁ ପ୍ରସ୍ତୁତ ଅଛୁ ।

ସନ୍ଦୀପ ପଠାକ କହିଛନ୍ତି, "ଆମର ଦୁଇଥର କଂଗ୍ରେସ ସହ ଆଲୋଚନା ହୋଇଥିଲା, କିନ୍ତୁ ସେଥିରୁ କିଛି ନିଷ୍କର୍ସ ବାହାରି ପାରି ନଥିଲା । ଏହା ପରେ ଗତ ଏକ ମାସ ମଧ୍ୟରେ ଗୋଟିଏ ବି କୈଠକ ଅନୁଷ୍ଠିତ ହୋଇନାହିଁ । ପ୍ରଥମେ ନ୍ୟାୟ ଯାତ୍ରାର କାରଣ ଦିଆଗଲା ଏବଂ ଏହା ପରେ କିଛି କୁହାଗଲା ନାହିଁ । ବୈଠକ କେବେ ହେବ ସେନେଇ କୌଣସି କଂଗ୍ରେସ ନେତାଙ୍କ ଧାରଣା ନାହିଁ । ଆଜି ମୋତେ ଏଭଳି କଷ୍ଟରେ କହିବାକୁ ପଡ଼ୁଛି ।

arvind kejriwal

ଏହା ସହିତ, ଆପ୍ ଗୋଆ ଏବଂ ଗୁଜୁରାଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସନ୍ଦୀପ ପାଠକ କହିଛନ୍ତି ଯେ ସମୟର ବିଳମ୍ବକୁ ଦୃଷ୍ଟିରେ ରଖି ଆଜି ଦକ୍ଷିଣ ଗୋଆର ଆମର ବିଧାୟକ ୱାନଜୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛୁ । କଂଗ୍ରେସ ସହ ମେଣ୍ଟକୁ ଧ୍ୟାନରେ ରଖି ଆମେ ୧ ଟି ସିଟ୍ ପାଇଛୁ । ସେଥିପାଇଁ ଆମେ ଆମର ପ୍ରାର୍ଥୀ ଘୋଷଣା କରିଛୁ । ସେ ଆହୁରି କହିଛନ୍ତି ଯେ ଗୁଜୁରାଟର ଭରଚୁରୁ ଚୈତନ୍ୟ ବସାଭା ଏବଂ ଭବନଗରରୁ ଉମେଶ ଭୋଇ ମାଖୱାନାଙ୍କୁ ପ୍ରାର୍ଥୀ କରିଛି ଆପ୍ । ଗୁଜୁରାଟରେ ଆମର ୮ ଟି ଆସନ ଅଛି । ଆମେ ଆଶା କରୁଛୁ ଯେ କଂଗ୍ରେସ ଏହା ଉପରେ ଆମକୁ ସମର୍ଥନ କରିବ । '' ସେ କହିଛନ୍ତି ଯେ ଆମେ ମିଳିତ ମଞ୍ଚର ଧର୍ମ ଅନୁସରଣ କରିବାକୁ ଚାହୁଁଛୁ, କିନ୍ତୁ ଘଟୁଥିବା ବିଳମ୍ବ ଠିକ୍ ନୁହେଁ ।

ଆମ୍ ଆଦମୀ ପାର୍ଟି (ଆପ୍‌) ର ଏହି ପଦକ୍ଷେପ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । ଏହାପୂର୍ବରୁ ମମତା ବାନାର୍ଜୀ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ । ଇଣ୍ଡିଆ ଆଲାଇନ୍ସ ଗଠନ ପରେ ନୀତୀଶ କୁମାର ଏବଂ ଜୟନ୍ତ ଚୌଧୁରୀ ,ଡି ଗଡବନ୍ଧନରୁ ନିଜକୁ ଅଲଗା କରି ଏନଡିଏ ସହ ହାତ ମିଳାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+