Mood of the Nation ସର୍ଭେ: NDA ଜିତିବ ୩୩୫ ଆସନ, ହ୍ୟାଟ୍ରିକ କରିବେ ମୋଦୀ

ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଆଉ ଏହାର ଭିତରେ ଆଜି ପ୍ରକାଶ ପାଇଛି Mood of the Nation ସର୍ଭେ ରିପୋର୍ଟ। ହ୍ୟାଟ୍ରିକ କରିବେ ମୋଦୀ । ଏଥିରେ କୁହାଯାଇଛି, ଯଦି ଆଜି ନିର୍ବାଚନ ହୁଏ ବିଜେପି ୩୦୪ ଆସନ ଜିତିବ ।

ଦେଶର ସମସ୍ତ ଲୋକସଭା ଆସନରେ ଏହି ସର୍ଭେ କରାଯାଇଥିଲା । ସର୍ଭେରେ ମୋଟ ୩୫,୮୦୧ ଜଣ ସେମାନଙ୍କ ମତାମତ ରଖିଥିଲେ । ୨୦୨୩ ଡିସେମ୍ବର ୧୫ ତାରିଖରୁ ୨୦୨୪ ଜାନୁଆରୀ ୨୮ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।

ସର୍ଭେରେ କୁହାଯାଇଛି, ୫୪୩ଟି ଲୋକସଭା ଆସନରୁ ବିଜେପି ୩୦୪ଟି ଆସନ ଜିତିବ। ଗତ ସାଧାରଣ ନିର୍ବାଚନରେ ବିଜେପି ୩୦୩ଟି ଆସନ ଜିତିଥିବା ବେଳେ ଆଉ ଗୋଟିଏ ଆସନ ଅଧିକ ଜିତିବ। ଅର୍ଥାତ୍ ଦଳ ଚାହିଁଲେ ଏକାକୀ ସରକାର ଗଠନ କରିପାରିବ। ସେହିପରି ୭୧ଟି ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିବ କଂଗ୍ରେସ । ୨୦୧୯ ଲୋକସଭା ନିର୍ବାଚନରେ ୫୨ଟି ସିଟ୍ ଜିତିଥିବା କଂଗ୍ରେସ୍ ୧୯ଟି ଆସନ ଅଧିକ ପାଇବ। ଆଉ ଅନ୍ୟ ସବୁ ଦଳ ମିଶି ୧୬୮ଟି ଆସନ ପାଇବେ ।

narendra_modi

ଏନ୍‌ଡିଏ ୩୩୫ଟି ଆସନ ପାଇବାକୁ ଥିବା ବେଳେ ନୂଆ କରି ଗଠିତ ମେଣ୍ଟ 'ଇଣ୍ଡିଆ'କୁ ୧୬୬ଟି ଆସନ ମିଳିବ। ସେହିପରି ଅନ୍ୟ ଦଳଗୁଡ଼ିକ ୪୨ଟି ଆସନ ଜିତିବେ । ଗତ ସାଧାରଣ ନିର୍ବାଚନରେ ଏନ୍‌ଡିଏ ୩୫୩ଟି ଆସନ ହାତେଇ ସରକାର ଗଢ଼ିଥିଲା । ହେଲେ ସେଥିରୁ ୧୮ଟି ଆସନ ହରାଇବ ମେଣ୍ଟ । ଆଉ ଏହାର ଫାଇଦା ଇଣ୍ଡିଆ ମେଣ୍ଟକୁ ଯିବ।

ଏହି ସର୍ଭେ ଅନୁଯାୟୀ, ଓଡ଼ିଶାରେ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୦ଟି ଓ ବିଜେଡି ୧୧ଟି ଆସନରେ ଜିତିବ । ୨୦୧୯ ସାଧାରଣ ନିର୍ବାଚନରେ ଗୋଟିଏ ଲୋକସଭା ଆସନ ପାଇଥିବା କଂଗ୍ରେସର ହାତ ଖାଲି ରହିବ। ସର୍ଭେରେ ରିପୋର୍ଟ କହୁଛି, ବିଜେଡିର ଭୋଟ୍‌ ହାର ୪୩ରୁ ୪୧%କୁ ହ୍ରାସ ପାଇବ। ଆଉ ବିଜେପିର ଭୋଟ ହାର ୩୮%ରୁ ୪୦% ବୃଦ୍ଧି ପାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+