Lok Sabha Election 2024 Phase 4: ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ, ଭୋଟ୍ ଦେବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ
Lok Sabha Election 2024 Phase 4: ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । 9ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ମୋଟ୍ 96ଟି ଆସନରେ ଭୋଟିଂ ହେଉଛି । ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ମେ 13 ତାରିଖ ସକାଳ 7 ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟିଂ ଜାରି ରହିବ ।
लोकसभा चुनाव के चौथे चरण में आज 10 राज्यों और केंद्र शासित प्रदेशों की 96 सीटों पर मतदान हो रहे हैं। मुझे विश्वास है कि इन सभी सीटों पर लोग भारी संख्या में मतदान करेंगे, जिसमें युवा और महिला वोटर बढ़-चढ़कर हिस्सा लेंगे। आइए, अपने कर्तव्य को निभाएं और लोकतंत्र को मजबूत करें!
— Narendra Modi (@narendramodi) May 13, 2024
ନିର୍ବାଚନରେ ଉତ୍ସାହର ସହ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଷୟରେ ସୂଚନା ଦେଇଛନ୍ତି ଏବଂ ଲୋକଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, "ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 96 ଟି ଆସନରେ ଭୋଟ୍ ଅନୁଷ୍ଠିତ ହେଉଛି। ମୋର ବିଶ୍ୱାସ ଯେ ଏହି ସମସ୍ତ ଆସନରେ ଲୋକମାନେ ବହୁ ସଂଖ୍ୟାରେ ଭୋଟ୍ ଦେବେ, ଯେଉଁଥିରେ ଯୁବକ ଓ ମହିଳା ମଧ୍ୟ ଅଧିକ ସଂଖ୍ୟାରେ ମତଦାନ କରିବେ । ଭୋଟରମାନେ ଉତ୍ସାହର ସହିତ ମତସାବ୍ୟସ୍ତ କରିବେ । ଆସନ୍ତୁ ଆମର କର୍ତ୍ତବ୍ୟ ନିଭାଇବା ଏବଂ ଗଣତନ୍ତ୍ରକୁ ମଜବୁତ କରିବା!'
ସୂଚନାଥାଉ ଯେ, ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର 25ଟି ଆସନ, ତେଲେଙ୍ଗାନାର 17ଟି, ଉତ୍ତରପ୍ରଦେଶର 13ଟି, ମହାରାଷ୍ଟ୍ରର 11ଟି, ମଧ୍ୟପ୍ରଦେଶର 8ଟି, ପଶ୍ଚିମବଙ୍ଗର 8ଟି, ବିହାରର 5ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ସେହିପିର ଓଡ଼ିଶାରେ 4ଟି ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ ଆସନକୁ ଭୋଟିଂ ହେଉଛି । ଏହା ବ୍ୟତୀତ ଆଜି ଓଡିଶାର 28ଟି ବିଧାନସଭା ଆସନରେ ଆଡି ଭୋଟ୍ ଗ୍ରହଣ କରାଯାଉଛି।
ଏହି ପର୍ଯ୍ୟାୟରେ 17.7 କୋଟିରୁ ଅଧିକ ଭୋଟର ଭୋଟ୍ ଦେବା ନେଇ ରକର୍ଡ ରହିଛି । 19 ଲକ୍ଷରୁ ଅଧିକ ମତଦାନ ଅଧିକାରୀ ଏହି ରାଜ୍ୟ / UT ରେ 1.92 ଲକ୍ଷ ମତଦାନ କେନ୍ଦ୍ର ଉପରେ ନଜର ରଖିବେ। ଲୋକସଭା ନିର୍ବାଚନର ଏହି ପର୍ଯ୍ୟାୟରେ 1,717 ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିମଧ୍ୟରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ, ଏସପି ଅଖିଳେଶ ଯାଦବ, କଂଗ୍ରେସର ଅଧିର ରଞ୍ଜନ ଚୌଧୁରୀ ଏବଂ ଟିଏମସିର ମହୁଆ ମୈତ୍ରଙ୍କର ଆଜି ଭାଗ୍ୟ ପରୀକ୍ଷା ।












Click it and Unblock the Notifications