କଂଗ୍ରେସ ଘୋଷଣା କଲା ଆଉ ଏକ ପ୍ରାର୍ଥୀ ତାଲିକ , ଜାଣନ୍ତୁ ଦଳ କାହାକୁ କେଉଁଠୁ କରିଛି ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ମାହୋଲ ରହିଛି ବେସ ସରଗରମ । କଂଗ୍ରେସ ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଆନ୍ଧ୍ରପ୍ରଦେଶ, ଓଡିଶା, ବିହାର ଏବଂ ପଶ୍ଚିମବଙ୍ଗ ସମେତ ୧୭ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ରହିଛି । ଏହି ତାଲିକାରେ ଆନ୍ଧ୍ରରେ ୫ ଟି, ବିହାରରେ ୩ ଟି, ଓଡିଶାରେ ୮ ଟି ଏବଂ ପଶ୍ଚିମବଙ୍ଗରେ ଗୋଟିଏ ସିଟ୍ ରହିଛି ।

ଆନ୍ଧ୍ରପ୍ରଦେଶ ପିସିସି ମୁଖ୍ୟ ୱାଇ.ଏସ୍‌. ଶର୍ମିଲା କଡ଼ପାରୁ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଏମ୍‌. ପାଲାଜ ରାଜୁଙ୍କୁ ଆନ୍ଧ୍ରର କାକିନାଡ଼ାରୁ ପ୍ରାର୍ଥୀ କରାଯାଇଛି । ପଶ୍ଚିମବଙ୍ଗଗର ଦାର୍ଜିଲିଂରୁ ମୁନିଶ ଟମାଙ୍ଗଙ୍କୁ ପ୍ରାର୍ଥୀ କରାଯାଇଛି । ଓଡ଼ିଶାର କୋରାପୁଟ ଆସନରେ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ସଞ୍ଜୟ ଭୋଇଙ୍କୁ ବରଗଡ଼ରୁ ,

congress released candidates list

ଜନାର୍ଦ୍ଦନ ଦେହୁରିଙ୍କୁ ସୁନ୍ଦରଗଡ଼ରୁ, ମନୋଜ ମିଶ୍ରଙ୍କୁ ବଲାଙ୍ଗୀରରୁ, ଦ୍ରୌପଦୀ ମାଞ୍ଝିଙ୍କୁ କଳାହାଣ୍ଡିରୁ, ଭୁଜବଳ ମାଝିଙ୍କୁ ନବରଙ୍ଗପୁରରୁ ଅମିରଚାନ୍ଦ ନାୟକଙ୍କୁ କନ୍ଧମାଳରୁ, ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ବ୍ରହ୍ମପୁରରୁ ପ୍ରାର୍ଥୀ କରାଯାଇଛି । ଏହାକୁ ମିଶାଇ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ମୋଟ ୨୨୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲାଣି । ତେବେ ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲି ଆସନରୁ ନେଇ ସସ୍‌ପେନ୍ସ ଜାରି ରହିଛି ।

ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼େଇ ବିଶେଷ ଆକର୍ଷଣୀୟ କାରଣ ବିରୋଧୀ ଦଳମାନେ ଭାରତ ମିଳିତ ମଞ୍ଚର ଅଂଶ ହୋଇଥିଲେ ମଧ୍ୟ ତୃଣମୁଲ କଂଗ୍ରେସ ସୁପ୍ରିମୋ (ଟିଏମସି) ମମତା ବାନାର୍ଜୀ ରାଜ୍ୟର ସମସ୍ତ ୪୨ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ । ଏହି ସମୟରେ, କଂଗ୍ରେସ ମଙ୍ଗଳବାର (ଏପ୍ରିଲ ୨) ଦାର୍ଜିଲିଂ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

କଂଗ୍ରେସ ମୁନିଶ ତମାଙ୍ଗଙ୍କୁ ଦାର୍ଜିଲିଂ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଚାରି ଦିନ ପୂର୍ବରୁ, ମାର୍ଚ୍ଚ ୨୮ ରେ ସେ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ । ସେବେଠାରୁ କଳ୍ପନାଜଳ୍ପନା ଚାଲିଥିଲା ଯେ କଂଗ୍ରେସ ତାଙ୍କୁ ଦାର୍ଜିଲିଂ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ । ମଙ୍ଗଳବାର ଦିନ ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କୁ ଦାର୍ଜିଲିଂରୁ ମଇଦାନକୁ ଓହ୍ଲାଇଛି ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+