Lok Sabha Election 2024: କେନ୍ଦ୍ରରେ କିଏ ଗଠନ କରିବ ନୂଆ ସରକାର ? ବିଜେପି ନା କଂଗ୍ରେସ ?
କେନ୍ଦ୍ରରେ କିଏ ଗଠନ କରିବ ନୂଆ ସରକାର ? ତାହା ଆଜି ଜଣାପଡ଼ିବ। ଲୋକସଭାର ୫୪୩ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ କ୍ରମାଗତ ତୃତୀୟ ଥର ଲାଗି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟ କ୍ଷମତା ଦଖଲ ଲାଗି ଆଶା ରଖିଛି।
ଜୁନ୍ ପହିଲାରେ ସମାପ୍ତ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ (ଭୋଟ୍ ବାହୁଡ଼ା ମତ) ଅନୁଯାୟୀ ଏନ୍ଡିଏ ଉଲ୍ଳେଖନୀୟ ସଫଳତା ସହିତ ସରକାର ଗଠନ କରିବ। ବିରୋଧୀଙ୍କ ଦ୍ବାରା ଗଠିତ ଇଣ୍ଡିଆ ମଣ୍ଟକୁ ବିଶେଷ ସଫଳତା ମିଳିବ ନାହିଁ ବୋଲି ସର୍ଭେରେ କୁହାଯାଇଛି।
୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ଗତ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହୋଇଥିଲା। ଆଜି ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହେବ । ମଧ୍ୟାହ୍ନ ସୁଦ୍ଧା ଫଳାଫଳର ଧାରା ଜଣାପଡ଼ିବ । ଅପରାହ୍ନ ସୁଦ୍ଧା ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ। ଗତ ଲୋକସଭା ନିର୍ବାଚନରେ ମୋଦୀଙ୍କ ନେତୃତ୍ବରେ ଏନ୍ଡିଏ ଏକତରଫା ବିଜୟ ହାସଲ କରିଥିଲା ।

ବିଭିନ୍ନ ସଂସ୍ଥାର ସର୍ଭେ ଅନୁଯାୟୀ ଏନ୍ଡିଏ ୩୪୦ରୁ ୪୦୦ରୁ ଅଧିକ ଆସନ ପାଇବାର ସମ୍ଭାବନା ରହିଛି । ବିରୋଧୀ ମେଣ୍ଟ ୧୫୦ରୁ ୨୦୦ ପର୍ଯ୍ୟନ୍ତ ଆସନ ପାଇପାରେ। କିନ୍ତୁ କଂଗ୍ରେସ ନେତା ଖଡ୍ଗେ ଏବଂ ରାହୁଲ ଗାନ୍ଧୀ ଏକଜିଟ୍ ପୋଲ୍ ସର୍ଭେକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେମାନଙ୍କ ମେଣ୍ଟ ୨୯୫ ଆସନ ପାଇ ସରକାର ଗଠନ କରିବ।
ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ, ଆରଜେଡି ମୁଖ୍ୟ ଲାଲୁଙ୍କ ଦୁଇ ଝିଅ ମିସା ଓ ରୋହିଣୀ, ପାୱାରଙ୍କ ଝିଅ ସୁପ୍ରିୟା ସୁଲେ, ଅସୁଦୁଦ୍ଦିନ ଅୱେସୀ, କଂଗ୍ରେସ ନେତା ଶଶୀ ଥରୁର, ଅଭିନେତ୍ରୀ ହେମାମାଳିନୀ, କଙ୍ଗନା ରଣାୱତ୍, ଅଭିନେତା ଶତୃଘ୍ନ ସିହ୍ନା, ଅରୁଣ ଗୋଭିଲ ପ୍ରମୁଖ ହେଭିୱେଟଙ୍କ ଭାଗ୍ୟ ଆଜି ପରୀକ୍ଷା ହେବ ।












Click it and Unblock the Notifications