Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ; କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେଉଁ ସାଂସଦଙ୍କୁ ମିଳିବ କେନ୍ଦ୍ରମନ୍ତ୍ରୀ ?

କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେଉଁ ସାଂସଦଙ୍କୁ ମିଳିବ କେନ୍ଦ୍ରମନ୍ତ୍ରୀ । କିଏ ହେବ ଓଡ଼ିଶାର ମୁଖ୍ୟ । ଏସବୁ ଚର୍ଚ୍ଚା ଭିତରେ ରାଜ୍ୟର ୨୦ ନବନିର୍ବାଚିତ ସାଂସଦ ଦିଲ୍ଲୀରେ ପହଞ୍ଚିସାରିଛନ୍ତି । ଆଜି ଏନଡିଏର ସଂସଦୀୟ ଦଳ ବୈଠକ ହେବ । ଆଉ ଏହା ପୂର୍ବରୁ ଓଡ଼ିଶାର ନେତୃତ୍ୱ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ।

ବଡ଼ କଥା ହେଉଛି ପ୍ରଥମ ଥର ଓଡ଼ିଶାରେ ବିଜେପି ୨୦ ଲୋକସଭା ଆସନ ଜିତିଛି । ତେଣୁ କେନ୍ଦ୍ରରେ ଓଡ଼ିଶାକୁ ବେଶ ଗୁରୁତ୍ୱ ଦେଇପାରେ ଦଳ । ବିଜେପିର ନବନିର୍ବାଚିତ ସାଂସଦଙ୍କ ବ୍ୟତୀତ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି ।

ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ରାଜ୍ୟ ବିଜେପିର ନବନିର୍ବାଚିତ ସାଂସଦ ଓ ରାଜ୍ୟ ସଭାପତିଙ୍କ ସହ ବୈଠକ ବସିବ । ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟ ଶୀର୍ଷ ନେତା ଉପସ୍ଥିତ ରହିବେ । ଏଥିରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଆଲୋଚନା ହୋଇପାରେ ।

Lok Sabha election

ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଛି ହେଭିୱେଟଙ୍କ ନାଁ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ସମସ୍ତ ନିଷ୍ପତି ନେବ କେନ୍ଦ୍ରୀୟ ନେତୃତ୍ୱ । ଏହା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଭଳି ରାଜ୍ୟରେ ସରପ୍ରାଇଜ ସିଏମ୍ ଦେଇଥିଲା ବିଜେପି । ଠିକ୍ ସେହିଭଳି ଓଡ଼ିଶାକୁ ମଧ୍ୟ ସରପ୍ରାଇଜ୍ ସିଏମ୍ ମିଳିବା ନେଇ ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+