ଦେଶରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେତୋଟି ଆସନ ପାଇଁ ହେବ ଭୋଟିଂ
ଦେଶରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ପାଇଁ ଭୋଟିଂ ହେବ । ତାମିଲନାଡୁର ୩୯ଟି ଆସନ୍, ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି ଏବଂ ମହାରାଷ୍ଟ୍ର, ଆସାମ ଏବଂ ଉତ୍ତରାଖଣ୍ତର ୫ଟି ଆସିନ ପାଇଁ କାଲି ମତଦାନ ହେବାକୁ ଥିବା ବେଳେ ପୁଡୁଚେରୀ, ଜମ୍ମୁକାଶ୍ମୀର, ଆଣ୍ତାମାନ ଏବଂ ନିକୋବରରେ ୧ଟି ଆସନରେ ଭୋଟ୍ ଦେବେ ଜନତା ।
ସେରିପରି ମାଓପ୍ରବଣ ବସ୍ତରରେ ମଧ୍ୟ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ୧୭ଟି ରାଜ୍ୟ ଏବଂ ୪ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ମୋଟ୍ ୧୦୨ଟି ସିଟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ଚେନ୍ନାଇ ସାଉଥରୁ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ଟି. ସୁନ୍ଦରରାଜନ, ଥୁଥୁକୁଡିରୁ କାନିମୋଇ ଏବଂ କୁଚବେହାରରୁ ନିଶିଥ ପରମାଣିକଙ୍କ ପରି ନେତାଙ୍କ ଭାବ୍ୟ ପରୀକ୍ଷା ହେବ । ସେହିପରି ପିର ଫୋକସରେ ରହିବ କମଲନାଥଙ୍କ ପୁଅ ନକୁଲ ନାଥ ।

ସୂଚନାଥାଉ ଯେ, ପ୍ରଥମ ପର୍ଯ୍ୟାରେ ଫୋକସରେ ରହିବେ ବିହାର ଜାମୁଇରୁ ଚିରାଗ ପାଶୱାନ, ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରୁ ନକୁଲ ନାଥ, କୋଏମ୍ବାଟୁରରୁ କେ. ଆନ୍ନାମଲାଇ, ଚେନ୍ନାଇ ସାଉଥରୁ ଟି.ସୁନ୍ଦରରାଜନ, ଥୁଥୁକୁଡିରୁ କାନିମୋଇ ଏବଂ କୁଚବେହାରରୁ ନିଶିଥ ପରମାଣିକ ।












Click it and Unblock the Notifications