Lok Sabha Election 2024: ଭୋଟ୍ ଦେଲେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ନାଗପୁରରେ ଭୋଟ ଦେଲେ ମୋହନ୍ ଭାଗୱତ୍
Lok Sabha Polls 2024: ୨୦୨୪ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାମ ଜାରି ରହିଛି । ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜ ପତ୍ନୀଙ୍କ ସହ ନାଗପୁରରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଦେଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ହାଉଛି ଭାଇରାଲ । ଏହା ପୂର୍ବରୁ ନାଗପୁରରୁ ଭୋଟ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗୱତ୍ । ମତଦାମ କରିବା ପରେ ସେ କହିଛନ୍ତି, ମତାଦାନ କରିବା ଆମ ସମସ୍ତଙ୍କ ଅଧିକାରୀ, ଦେଶରେ ଶହେ ପ୍ରତିଶତ ମତଦାନ ହେବା ଉଚିଚ ।
ସେହିପରି ଚେନ୍ନାଇର କୋୟାମବେଡୁରେ ଏକ ମତଦାନ ବୁଥରେ ଅଭିନେତା ତଥା ଏମ୍ଏନ୍ଏମ୍ ମୁଖ୍ୟ କମଲ ହାସନ ନିଜର ଭୋଟ୍ ଦେଇଛନ୍ତି। ମକ୍କାଲ୍ ନେଡି ମାଆମ୍ (MNM) # ଲୋକସଭା ନିର୍ବାଚନ 202୪ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି, ଦଳ DMK ପାଇଁ ସମର୍ଥନ କରିଥିଲା ଏବଂ ପ୍ରଚାର କରିଥିଲା | ଭୋଟ୍ ଦେଲେ ସଦଗୁରୁ । ପ୍ରଥମ ଫେଜ୍ ମତଦାନରେ ସଦଗୁରୁ ଭୋଟ ଦେଇଛନ୍ତି । ମତଦାନ କେନ୍ଦ୍ରରେ ପହଁଚିଲେ ଏମ କେ ଷ୍ଟାଲିନ୍ ।

ପ୍ରଥମ ଫେଜ୍ ମତଦାନ ପାଇଁ ସେ ଚେନ୍ନାଇରେ ପହଁଚିଛନ୍ତି । ଭୋଟ୍ ଦେଲେ ବିଶିଷ୍ଟ ଅଭିନେତା ରଜନିକାନ୍ତ । ଚେନ୍ନାଇର ପୁଲିଙ୍ଗ ବୁଥରେ ସେ ନିଜର ମତଦାନ କରିଛନ୍ତି । କୋଏମ୍ବାଟୁର ନିର୍ବାଚନମଣ୍ଡଳୀରୁ ତାମିଲନାଡୁ ବିଜେପି ମୁଖ୍ୟ ତଥା ଦଳର ପ୍ରାର୍ଥୀ କେ ଆନ୍ନାମଲାଇ କରୁର ଉଥୁପାଟୀରେ ଏକ ମତଦାନ କେନ୍ଦ୍ରରେ ନିଜର ଭୋଟ୍ ଦେଇଛନ୍ତି।
ସେ ନିର୍ବାଚନମଣ୍ଡଳୀରେ ଡିଏମକେର ଗଣପତି ପି ରାଜକୁମାରଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ସେହିପିର ଉତ୍ତରାଖଣ୍ଡରୁ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ହରିଦ୍ୱାରର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ।
ସୂଚନାଥାଇ ଯେ, ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନ ପାଇଁ ଭୋଟିଂ ହେବ । ତାମିଲନାଡୁର ୩୯ଟି ଆସନ୍, ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି ଏବଂ ମହାରାଷ୍ଟ୍ର, ଆସାମ ଏବଂ ଉତ୍ତରାଖଣ୍ତର ୫ଟି ଆସିନ ପାଇଁ କାଲି ମତଦାନ ହେବାକୁ ଥିବା ବେଳେ ପୁଡୁଚେରୀ, ଜମ୍ମୁକାଶ୍ମୀର, ଆଣ୍ତାମାନ ଏବଂ ନିକୋବରରେ ଗୋଟିଏ ଲେଖାଏଁ ଆସନରେ ଭୋଟ୍ ଦେବେ ଜନତା ।












Click it and Unblock the Notifications