ତୃତୀୟ ପର୍ଯ୍ୟାୟ ମତଦାନ, ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ମତଦାନ

Lok Sabha Election 2024 Phase 3: ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ମତଦାନ । ୯୩ ଲୋକସଭା ଆସନ ପାଇଁ ୧ ଲକ୍ଷ ୮୫ ହଜାର ବୁଥରେ ଭୋଟିଂ ହେବ । ଅହମ୍ମଦାବାଦରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ମତଦାନ । ୯୩ ଲୋକସଭା ଆସନ ପାଇଁ ୧ ଲକ୍ଷ ୮୫ ହଜାର ବୁଥରେ ଭୋଟିଂ ହେବ । ସେହିପରି ଆଜି ଅହମ୍ମଦାବାଦରେ ଭୋଟ୍ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Lok Sabha Election 2024 Phase 3

ଏଥର ବହୁ ହେବିୱେଟ୍ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାୱରଙ୍କ ଝିଅ ସୁପ୍ରିୟା ସୁଲେ, ଅଖିଳେଶ ଯାଦଙ୍କ ପତ୍ନୀ ଡିମ୍ପଲ ପ୍ରମୁଖଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ତେବେ ଏଥର ଦ୍ୱିତୀୟ ଥର ପାଇଁ ଗୁଜୁରାଟର ଗାନ୍ଧୀନଗରରୁ ନିର୍ବାଚନ ଲଢୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେହିପରି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ତଭ୍ୟ ପୋରବନ୍ଦର ଆସନରୁ, ଗୁନା ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହାନ ବିଦିଶା ଆସନରୁ, ମଧ୍ୟପ୍ରଦେଶର ରାଜଗଡ଼ ଆସନରୁ ଦିଗବିଜୟ ସିଂହ, ମୈନପୁରୀରୁ ସପା ନେତ୍ରୀ ଡିମ୍ପଲ ଯାଦବ, କର୍ଣ୍ଣାଟକ ହାଭେରୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଆସାମ ଧୁମରି ଆସନରୁ ବଦରୁଦ୍ଦିନ ଆଜମଲ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+